୧୨ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗର ଜବତ, ୩ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

୧୨ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗର ଜବତ, ୩ ଗିରଫ

seized

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନ୍‌ ସୁଗର। ଆଜି ଭୋରରେ ଜଳେଶ୍ୱରର ଗାୟତ୍ରୀ ପେଟ୍ରୋଲ୍ ପମ୍ପ ନିକଟରେ ଅବକାରୀ ବିଭାଗ ଏକ କାରରୁ ୧୨୦ ଗ୍ରାମ୍ ବ୍ରାଉନ୍‌ ସୁଗର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଏହି ଘଟଣାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସୁବାସ ଭୋଇ, ଚନ୍ଦନ କୁମାର ଭୋଇ ଓ ଶିବ ପ୍ରସାଦ ମହାନ୍ତି।

ସୁବାସ ଓ ଚନ୍ଦନଙ୍କ ଘର ଖୋର୍ଦ୍ଧାର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ବେଳେ ଶିବପ୍ରସାଦଙ୍କ ଘର ଜଗତସିଂହପୁରରେ ବୋଲି ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ତିନି ଅଭିଯୁକ୍ତ ଏକ କାରରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପୂର୍ବ ସୂଚନା ଅନୁଯାୟୀ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବ୍ରାଉନ୍ ସୁଗର ଜବତ କରାଯାଇଥିଲା। ସେମାନଙ୍କଠାରୁ ୨୮୦୦ ଟଙ୍କା, ୩ଟି ମୋବାଇଲ୍‌ ଓ କାର୍ ଜବତ କରାଯାଇଛି।



from Odisha Reporter https://ift.tt/2JRsnAB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages