୬୦ ଘଣ୍ଟା ଧରି ଗୁଳି ବିନିମୟ: ୫ ଯବାନ ସହିଦ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

୬୦ ଘଣ୍ଟା ଧରି ଗୁଳି ବିନିମୟ: ୫ ଯବାନ ସହିଦ୍‌

ଜମ୍ମୁ:ଜମ୍ମୁ କଶ୍ମୀରରେ କୁପାୱାଡ଼ା ଜିଲ୍ଲାରେ ଗତ ୬୦ ଘଣ୍ଟା ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଉଭୟ ପକ୍ଷ ଗୁଳିବିନିମୟ ଜାରି ରହିବା ସହ ୫ ଜଣ ଯବାନ ସହିଦ୍‌ ହୋଇଛନ୍ତି। ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୩ ଜଣ ସିଆରପିଫ୍ ଯବାନ ଏବଂ ଜମ୍ମୁ କଶ୍ମୀରିରି ୨ ଜଣ ପୁଲିସ କର୍ମୀ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀ-ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ଜଣେ ଆତଙ୍କବାଦୀ ମରିଯାଇଥିବା ସୁରକ୍ଷାକର୍ମୀ ଭାବିଥିଲେ। ହେଲେ ସେ ହଠାତ୍‌ ତଳୁ ଉଠି ଏକ ଭଙ୍ଗା ଘର ଭିତରେ ପଶି ଆଖିବୁଜା ଗୁଳି ଚାଳନା କରିଥିଲା। ଅଧିକାରୀଙ୍କ କହିବା ମୁତାବକ କୁପାୱାଡ଼ା ଜିଲ୍ଲାରେ ଆତଙ୍କବାଦୀ ଉପସ୍ଥିତ ଥିବା ସୂଚନା ପାଇ ସେଠାକୁ ସୁରକ୍ଷାକର୍ମୀଙ୍କୁ ପଠାଯାଇଥିଲା।

ଆଉ ଉକ୍ତ ଇଲାକାକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଜବାବ ଦିଆଯାଇଥିଲା। ସେହିପରି ଏଲ୍‌ଓସି ନିକଟ ଘାଟି ଏବଂ ୭୦ରୁ ଅଧିକ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ପାକିସ୍ତାନ ସପ୍ତାହକ ମଧ୍ୟରେ ୬୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2T8dDS6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages