ହାତରେ ମାତ୍ର ୨ଦିନ, ପ୍ରାର୍ଥୀ ତାଲିକାକୁ ନେଇ ଦ୍ୱନ୍ଦ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ହାତରେ ମାତ୍ର ୨ଦିନ, ପ୍ରାର୍ଥୀ ତାଲିକାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲକୁ ଆଉ ମାତ୍ର ୨ଟି କାର୍ଯ୍ୟଦିବସ ବାକି ଅଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗୋଟିଏ ବି ଦଳ ନିଜର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ସକ୍ଷମ ହୋଇନାହାନ୍ତି। ବିଜେପି ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ୬୩ଟି ବିଧାନସଭା ଆସନ ମଧ୍ୟରୁ କୌଣସି ଗୋଟିଏ ପାଇଁ ବି ପ୍ରାର୍ଥୀ ଘୋଷଣା କରିନଥିବାବେଳେ ବିଜେଡି ୯ଟି ବିଧାନସଭା ଏବଂ କଂଗ୍ରେସ ୩ଟି ଲୋକସଭା ଓ ୨୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିବାରେ ବିଫଳ ହୋଇଛି।

୨୨ରୁ ୨୪ତାରିଖ ପର୍ଯ୍ୟନ୍ତ ୩ଦିନ ଛୁଟି ରହୁଥିବାରୁ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ହାତରେ ଗୋଟିଏ ଦିନ(କେବଳ ୨୫ତାରିଖ) ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ନିମନ୍ତେ ଦୁଇଦିନ(୨୬ତାରିଖ ପର୍ଯ୍ୟନ୍ତ) ସମୟ ରହିଛି। ଦଳଗୁଡ଼ିକର ଏଭଳି ଆଭିମୁଖ୍ୟ ଆଶାୟୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ସରକାରୀ ଛୁଟି ରହୁଥିବାରୁ ନାମାଙ୍କନ ପତ୍ର ଦାଖଲ ହେବନାହିଁ। ପ୍ରଥମ ପର୍ଯ୍ୟାୟ ପାଇଁ କେବଳ ଗୋଟିଏ ଦିନ (ସୋମବାର) ହାତରେ ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ରହିଛି। କିନ୍ତୁ ୩ ପ୍ରମୁଖ ଦଳ ଏପର୍ଯ୍ୟନ୍ତ ଏହି ଦୁଇଟି ପର୍ଯ୍ୟାୟର ଭୋଟ୍ ପାଇଁ ପ୍ରାର୍ଥୀ ତାଲିକା ଜାରି କରିପାରି ନାହାନ୍ତି। ବିଜେପି ଆଜି ନିଜର ୧୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ମଧ୍ୟ ସେଥିରେ ଏହି ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମୋଟ୍ ୯ଟି ଆସନ ମଧ୍ୟରୁ ମାତ୍ର ୫ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିଛି। ପ୍ରଥମ ପର୍ଯ୍ୟାୟର କଳାହାଣ୍ଡି ଓ କୋରାପୁଟ ଏବଂ ଦ୍ୱିତୀୟ ପର୍ଯ୍ୟାୟର ବରଗଡ଼ ଓ କନ୍ଧମାଳ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇନି।

ସେହିପରି କଂଗ୍ରେସ ପ୍ରଥମ ପର୍ଯ୍ୟାୟର କୋରାପୁଟ ଓ ଦ୍ୱିତୀୟ ପର୍ଯ୍ୟାୟର ଆସିକା ଓ ବଲାଙ୍ଗିର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି। ସେହିପରି ଏହି ଦୁଇ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି କୌଣସି ଗୋଟିଏ ବି ବିଧାନସଭା ସିଟ ପାଇଁ ପ୍ରାର୍ଥୀଙ୍କ ନାଁ ଜାରି କରିନଥିବାବେଳେ କଂଗ୍ରେସ ୨୭ଟି ଓ ବିଜେଡି ୯ଟି ଆସନରେ ପ୍ରାର୍ଥୀଙ୍କ ତାଲିକା ଜାରି କରିନାହାନ୍ତି।

ଦଳଗୁଡ଼ିକର ଏଭଳି ବିଳମ୍ବ ଆଶାୟୀଙ୍କ ହୃତସ୍ପନ୍ଦନ ବଢ଼ାଇଥିବାବେଳେ ନିର୍ବାଚନ ପାଇଁ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ କରିବାକୁ ମଧ୍ୟ ସେମାନଙ୍କ ହାତରେ ସମୟର ଅଭାବ ରହିବ। ଆସନ୍ତାକାଲି ସୁଦ୍ଧା ଯଦି ସମସ୍ତ ଦଳର ପ୍ରାର୍ଥୀ ତାଲିକା ଘୋଷଣା ନ ହୁଏ ତା’ହେଲେ ନିର୍ବାଚନୀ ଦସ୍ତାବିଜ ପ୍ରସ୍ତୁତ କରିବା ପ୍ରାର୍ଥୀମାନଙ୍କ ପକ୍ଷେ ସମ୍ଭବପର ହେବନି। ଅବଶ୍ୟ ଶନିବାର ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଖୋଲାରହିବ କିନ୍ତୁ ଚତୁର୍ଥ ଶନିବାର ହୋଇଥିବାରୁ ସେଦିନ ନାମାଙ୍କନ ପତ୍ର ଦାଖଲ ହୋଇପାରିବନି।

ଦଳଡ଼ିଆଁ ଓ ଗୋଷ୍ଠୀକନ୍ଦଳକୁ ଦୃଷ୍ଟିରେ ରଖି ଦଳଗୁଡ଼ିକ ଶେଷ ମୁହୂର୍ତ୍ତରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବାର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ଯେଉଁମାନେ ଦଳୀୟ ଟିକେଟ୍ ପାଇବେ ସେମାନଙ୍କୁ ପୂର୍ବରୁ ସବୁଜ ସଙ୍କେତ ଦିଆସରିଛି। କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ତେଣୁ ନିର୍ବାଚନୀ ଦସ୍ତାବିଜ ପ୍ରସ୍ତୁତ କରିବା ନିମନ୍ତେ କୌଣସି ସମସ୍ୟା ହେବନାହିଁ।



from Odisha Reporter https://ift.tt/2UJBAvT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages