STF ଅଫିସକୁ ଡାକି ରାଜନୀତିକ ବ୍ୟକ୍ତିଙ୍କୁ ଧମକ ଦିଆଯାଉଛି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

STF ଅଫିସକୁ ଡାକି ରାଜନୀତିକ ବ୍ୟକ୍ତିଙ୍କୁ ଧମକ ଦିଆଯାଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜନୀତିକ ବ୍ୟକ୍ତିମାନଙ୍କୁ STF ଅଫିସକୁ ଡାକି ଧମକ ଦିଆଯାଉଛି। ରାଜ୍ୟର ୪ରୁ ୫ ଜଣ ଅଣଓଡ଼ିଆ ଅଫିସର ଏପରି ଷଡ଼ଯନ୍ତ୍ର ଚଳାଉଛନ୍ତି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଅଭିଭାଷଣ ରଖି ଧର୍ମେନ୍ଦ୍ର କହିଛନ୍ତି, ଅତୀତରେ ଏଭଳି ଅପଚେଷ୍ଟା କରିଥିବା ଅଧିକାରୀଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ତେଣୁ ଓଡ଼ିଶାରେ ଏଭଳି ହେବାକୁ ଆଉ ବେଶୀ ଦିନ ନାହିଁ ବୋଲି ଧର୍ମେନ୍ଦ୍ର ଖୋଲା ଚେତାବନୀ ଦେଇଛନ୍ତି। ତା’ସହିତ ସେ ସିଏମ୍‌ଙ୍କ ଗ୍ରିଭାନ୍ସ ସେଲ, ପୁଲିସ ମୁଖ୍ୟାଳୟ, ଏସ୍‌ଟିଏଫ୍‌ ଅଫିସ, ମୁଖ୍ୟମନ୍ତ୍ରୀଙ୍କ ୨-୪ ଅଫିସରଙ୍କ ଘର ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ଅବଜର୍ଭର ନିଯୁକ୍ତ କରିବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରିଛନ୍ତି।

ଏହାର ଜବାବରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି-“ଏବେ ମଡେଲ୍‌ କୋଡ ଅଫ୍‌ କଣ୍ଡକ୍ଟ ଲାଗୁ ହୋଇଛି। ପୁଲିସ ତା ବାଟରେ ଅଛି ଓ ଆମେ ଆମ ରାସ୍ତାରେ ଅଛୁ। ସରକାର ଅଲଗା ଓ ଦଳ ଅଲଗା। ବିଜେପି ମିଛ କହେ, ଏକଥା ଧର୍ମେନ୍ଦ୍ରବାବୁ ଭଲ ଭାବେ ଜାଣନ୍ତି। ମାତ୍ର ଏତେ ମିଛ କୁହନି, ଯାହା ଗ୍ରହଣୀୟ ହୋଇପାରିବନି।”



from Odisha Reporter https://ift.tt/2Jvi850

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages