ସମସ୍ତଙ୍କ ମନ ମୋହୁଛି ଷ୍ଟୋଲ୍ ଫ୍ୟାଶନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ସମସ୍ତଙ୍କ ମନ ମୋହୁଛି ଷ୍ଟୋଲ୍ ଫ୍ୟାଶନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ମାର୍କେଟରେ ଷ୍ଟୋଲ୍‌ର ଚାହିଦା ବେଶ୍ ବଢ଼ିଗଲାଣି। ୱେଷ୍ଟର୍ଣ୍ଣ ହେଉ କି ଇଣ୍ଡିଆନ୍‌ ସବୁ ପ୍ରକାର ଡ୍ରେସ୍‌ରେ ଷ୍ଟୋଲ୍ ବେଶ୍ ଭଲ ଲାଗୁଛି।  ଷ୍ଟୋଲ୍‌ ବର୍ତ୍ତମାନର ୟୁନିକ୍‌ ଟ୍ରେଣ୍ଡ ହୋଇଯାଇଛି। ଏହା ଜିନ୍ସ ଟପ୍‌, ସ୍କର୍ଟ, ଡ୍ରେସ୍‌, ସୁଟ୍‌, କୁର୍ତ୍ତୀ ସବୁଥିରେ ଭଲ ଦେଖାଯାଉଛି।

ଯଦି କୌଣସି ଡ୍ରେସ୍‌ ଭଲ ଲାଗୁନି ଡିଜାଇନ୍‌ ସିମ୍ପଲ୍‌ ଲାଗୁଛି ତେବେ ସେହି ଡ୍ରେସ୍‌ ସହ ଏକ ଷ୍ଟୋଲକୁ ଟାଇଅପ୍‌ କରି ପିନ୍ଧିଲେ ଏହା ଆପଣଙ୍କ ବୋରିଂ ଡ୍ରେସ୍‌କୁ ଏକ ନୂଆ ଲୁକ୍‌ ଦେଇଥାଏ। ଅନେକ ଥର ଦେଖାଯାଇଛି ଝିଅମାନେ ଭିନ୍ନ ଭିନ୍ନ ପ୍ରକାର ଷ୍ଟାଇଲ୍‌ରେ ଷ୍ଟୋଲ୍‌ ପକାଇଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଷ୍ଟୋଲ୍ ପାଇବାର କିଛି ଷ୍ଟାଇଲ ବତାଇବୁ।

ନେକ୍‌ ରାପ୍‌– ସବୁଠାରୁ ସିମ୍ପଲ୍‌ ପ୍ରକ୍ରିୟା ହେଉଛି ବେକରେ ଷ୍ଟୋଲ୍‌କୁ ଗୁଡାଇ କରି ପକାଇବା। ଏହା ଜିନ୍ସ, କୁର୍ତ୍ତୀ, ଶାଢ଼ି ସବୁ ପ୍ରକାର ଡ୍ରେସ୍‌ରେ ଭଲ ଦେଖାଯାଏ। ଯାହା ସବୁଠାରୁ ସାଧାରଣ ଷ୍ଟାଇଲ୍‌ କୁହାଯାଇପାରେ।
ଲଙ୍ଗ୍‌ ସ୍କାର୍ପ ଟାଇ- ଷ୍ଟୋଲ୍ ବା ସ୍କାର୍ପ ଯଦି ଲମ୍ବା ରୁହେ ତେବେ ବେକରେ ଗୁଡାଇ ରଖିବା ଦ୍ୱାରା ଏହା ଜିନ୍ସ ଓ  କୁର୍ତ୍ତୀରେ ଖୁବ୍‌ ସୁନ୍ଦର ଲାଗିଥାଏ ।

ବୋ ଷ୍ଟାଇଲ୍‌- ଷ୍ଟୋଲ୍‌କୁ ବେକରେ ପକାଇ ଡ୍ରେସର କଲର ପାଖରେ ଢିଲାରେ ବାନ୍ଧନ୍ତୁ, ଯେଉଁପରି ଜୋତା ଫିତା ବାନ୍ଧନ୍ତି । ହାଇ ହିଲ୍‌ ସହ ପାର୍ଟି ପାଇଁ ଏହା ଏକ ସ୍ୱତନ୍ତ୍ର ଲୁକ୍‌ ଦେଇଥାଏ।

ଫୋର୍‌ ଅନ୍‌ ନେକ୍‌- ମଝିରୁ ଫୋଲ୍ଡ କରି ଷ୍ଟୋଲ୍‌ର ଗୋଟିଏ ପାଖ ମୁଣ୍ଡକୁ ଅନ୍ୟ ପାଖ ମୁଣ୍ଡ ସହ ଗୁଡ଼ାଇ ପିନ୍ଧିପାରିବେ। ବର୍ତ୍ତମାନ ବଞ୍ଚିଥିବା ଭାଗକୁ ଦୁଇ ଫାଶରେ ଗୁଡ଼ାଇ ପିନ୍ଧିପାରିବେ। ଏହା ଏକ ଷ୍ଟାଇଲିସ୍‌ ଲୁକ୍‌ ଦେଇଥାଏ।

ବ୍ରେଡ୍‌ ରାପ୍‌ ଅରାଉଣ୍ଡ- ଷ୍ଟୋଲ୍‌କୁ ବେକରେ ପକାଇ ଦୁଇ ଭାଗକୁ ଝୁଲାଇ ରଖିବେ। ଗୋଟିଏ ପଟ ଲମ୍ବା ଓ ଅନ୍ୟ ପଟଟି ଛୋଟ ହୋଇଥିବ । ଦୁଇ ପଟକୁ ଅଲଗା ଅଲଗା ଲୁପ୍‌ରେ ଗୁଡାଇବା । ଏହାକୁ ସମସ୍ତ ଡ୍ରେସ୍‌ ସହ ପିନ୍ଧାଯାଇପାରିବ।



from Odisha Reporter https://ift.tt/2CMLWEv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages