
ମୁମ୍ବାଇ : ନିକଟରେ ରଙ୍ଗର ପର୍ବ ହୋଲିକୁ ଦେଶବାସୀ ବଡ ଧୁମ୍ଧାମ୍ରେ ପାଳନ କରିଛନ୍ତି। ବଲିଉଡ୍ କଳାକାର ମଧ୍ୟ ହୋଲିର ଶୁଭେଚ୍ଛା ଜଣାଇବା ସହ ନିଜ ନିଜ ଅନ୍ଦାଜରେ ହୋଲି ସେଲିବ୍ରେସନ୍ କରିଛନ୍ତି। ଆଉ ଏସବୁ ମଧ୍ୟରେ ହାସ୍ୟ ଅଭିନେତା ସୁନୀଲ୍ ଗ୍ରୋଭର ଯେଉଁ ଚ୍ୱିଟ୍ କରିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ହୋଲି ପର୍ବ ଗୋଟେ ଦିନ ପାଳନ କରାଯାଉଥିବାରୁ ସେ ନିରାଶ ହୋଇ ଟ୍ୱିଟ୍ କରିଛନ୍ତି।
Holi khatam! Yar holi 1 saal main 3 din honi chahiye! . Jo bhi party yeh promise karegi, mera vote usi ko !
— Sunil Grover (@WhoSunilGrover) March 21, 2019
ଟ୍ୱିଟ୍ କରି ସେ ଲେଖିଛନ୍ତି- ହୋଲି ଶେଷ। ହୋଲି ବର୍ଷକେ ୩ଦିନ ହେବା ଦରକାର। ଯେଉଁ ଦଳ ଏପରି କରିବା ପାଇଁ ପ୍ରତିଶ୍ରୁତି ଦେବ, ମୁଁ ସେହି ଦଳକୁ ଭୋଟ୍ କରିବି ବୋଲି ସୁନୀଲ୍ ଲେଖିଛନ୍ତି।
ନିଜର ଏଭଳି ଟ୍ୱିଟ୍ ପାଇଁ ସୁନୀଲ୍ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ପୂର୍ବରୁ କପିଲଙ୍କ ସହ ତାଙ୍କର ଝଗଡ଼ାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ପାଖାପାଖି ଗୋଟେ ବର୍ଷର ବ୍ୟବଧାନ ପରେ ଦୁହିଁଙ୍କ ମଧ୍ୟରେ ଥିବା ତିକ୍ତତା ଏବେ କମ୍ ହେଉଥିବା ଜଣାପଡିଛି ।
from Odisha Reporter https://ift.tt/2UUOw23
No comments:
Post a Comment