ଅଯୋଧ୍ୟା ମାମଲା: ମଧ୍ୟସ୍ଥିଙ୍କ ସମ୍ପର୍କରେ ଜାଣନ୍ତୁ କିଛି ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଅଯୋଧ୍ୟା ମାମଲା: ମଧ୍ୟସ୍ଥିଙ୍କ ସମ୍ପର୍କରେ ଜାଣନ୍ତୁ କିଛି ତଥ୍ୟ

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ଚାଲି ଆସୁଥିବା ରାମ ମନ୍ଦିର-ବାବ୍ରୀ ମସଜିଦ୍‌ ବିବାଦର ସମାଧାନ ପାଇଁ ଆଜି ସୁପ୍ରିମକୋର୍ଟ ଏକ ୩ ଜଣିଆ ପ୍ୟାନେଲ୍‌ ଗଠନ କରିଛନ୍ତି। ଏହି ତିନିଜଣ ସଦସ୍ୟ ମଧ୍ୟସ୍ଥି ଭୂମିକାରେ ରହି ଅଯୋଧ୍ୟା ଜମି ବିବାଦର ସମାଧନ କରିବାକୁ ଚେଷ୍ଟା କରିବେ।

ଅଯୋଧ୍ୟା ପ୍ରସଙ୍ଗ ସହ ଉଭୟ ହିନ୍ଦୁ ଓ ମୁସଲିମ୍‌ ସଂପ୍ରଦାୟର ଧାର୍ମିକ ଭାବନା ଜଡ଼ିତ ଥିବାରୁ ସୁପ୍ରିମକୋର୍ଟ ୩ ଜଣ ଅଭିଜ୍ଞ ବ୍ୟକ୍ତିବିଶେଷଙ୍କୁ ମଧ୍ୟସ୍ଥି ପାଇଁ ଚୟନ କରିଛନ୍ତି। ସେମାନେ ହେଲେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଫକ୍ରି ମହମ୍ମଦ ଇବ୍ରାହିମ୍‌ କାଲିଫୁଲ୍ଲା, ବରିଷ୍ଠ ଆଇନ୍‌ଜୀବୀ ଶ୍ରୀରାମ ପଞ୍ଚୁ ଓ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର। ତେବେ ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ କିଛି ତଥ୍ୟ:

ଜଷ୍ଟିସ୍‌ ଫକ୍ରି ମହମ୍ମଦ ଇବ୍ରାହିମ୍‌ କାଲିଫୁଲ୍ଲା

ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିବା ଜଷ୍ଟିସ୍‌ ଫକ୍ରି ମହମ୍ମଦ ଇବ୍ରାହିମ୍‌ କାଲିଫୁଲ୍ଲା(୬୮) ୨୦୧୬ ମସିହା ଜୁଲାଇ ୨୨ରେ ଅବସର ଗ୍ରହଣ କରିଥିଲେ। ସେ ୫ ବର୍ଷ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟ ପୂର୍ବରୁ ଜଷ୍ଟିସ୍‌ କାଲିଫୁଲ୍ଲା ୨୦୧୧ ମସିହା ସେପ୍ଟେମ୍ବର ୧୮ରେ ଜମ୍ମୁ-କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଏକାଧିକ ଐତିହାସିକ ରାୟ ଦେଇ ଜଷ୍ଟିସ୍‌ କାଲିଫୁଲ୍ଲା ବେଶ ଚର୍ଚ୍ଚାକୁ ଆସିଥିଲେ। ସେ ୧୯୭୫ ମସିହାରେ ଓକିଲାତି ଆରମ୍ଭ କରିଥିଲେ। ଆଜିର ନୂଆ ଦାୟିତ୍ୱ ସମ୍ପର୍କରେ ଜଷ୍ଟିସ୍‌ କାଲିଫୁଲ୍ଲା କହିଛନ୍ତି, “ସୁପ୍ରିମକୋର୍ଟ ଯେଉଁ ଲକ୍ଷ୍ୟ ରଖି ପ୍ୟାନେଲ ଗଠନ କରିଛନ୍ତି, ତାକୁ ଦୃଷ୍ଟିରେ ରଖି ସମସ୍ୟାକୁ ସୁଧାରିବାକୁ ଚେଷ୍ଟା କରିବୁ।”

ଶ୍ରୀ ଶ୍ରୀ ରବିଶଙ୍କର

ଧର୍ମଗୁରୁ ଭାବେ ପରିଚିତ ଶ୍ରୀ ଶ୍ରୀ ରବିଶଙ୍କର(୬୨) ଆର୍ଟ ଅଫ ଲିଭିଙ୍ଗ ଫାଉଣ୍ଡେସନ୍‌ ପ୍ରତିଷ୍ଠା କରିଛନ୍ତି। ଅଯୋଧ୍ୟା ଜମି ବିବାଦର ସମାଧାନ କରିବାକୁ ଶ୍ରୀ ଶ୍ରୀ ରବିଶଙ୍କର ଦୀର୍ଘ ୨୫ ବର୍ଷ ହେଲା ଉଭୟ ହିନ୍ଦୁ ଓ ମୁସଲିମ୍‌ ସଂପ୍ରଦାୟର ନେତାଙ୍କ ସହ ଆଲୋଚନା କରି ଆସୁଛନ୍ତି। ୨୦୧୭ରେ ସେ ଅଯୋଧ୍ୟା ଯିବା ସହ ସମସ୍ୟାର ସମାଧାନ କରିବାକୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ। ସମାଜରୁ ହିଂସାକୁ ହଟାଇ ଶାନ୍ତି ପ୍ରତିଷ୍ଠା ପାଇଁ ସେ କାର୍ଯ୍ୟ କରି ଆସୁଛନ୍ତି। ନୂଆ ଦାୟିତ୍ୱ ସମ୍ପର୍କରେ ଶ୍ରୀ ଶ୍ରୀ କହିଛନ୍ତି, “ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ବିବାଦର ସମାଧାନ ପାଇଁ ଆମେ ସମସ୍ତେ ଏକାଠି ମିଶି କାର୍ଯ୍ୟ କରିବୁ।”

ଶ୍ରୀରାମ ପଞ୍ଚୁ

ବରିଷ୍ଠ ଓକିଲ ଓ ଜଣେ ସଫଳ ମଧ୍ୟସ୍ଥି ଭାବେ ଶ୍ରୀରାମ ପଞ୍ଚୁ(୬୯) ବେଶ ଜଣାଶୁଣା। ସେ ମଧ୍ୟସ୍ଥି ଚ୍ୟାମ୍ବର ନାମରେ ଏକ ସଂସ୍ଥା ଖୋଲିଛନ୍ତି। ଏହି ସଂସ୍ଥା ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥାଏ। ସେ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆନ୍‌ ମିଡିଏଟର୍ସର ସଭାପତି ଥିବା ବେଳେ ଇଣ୍ଟରନ୍ୟାଶନାଲ ମିଡିଏସନ୍‌ ଇନଷ୍ଟିଚ୍ୟୁଟ୍‌(ଆଇଏମଆଇ)ର ନିର୍ଦ୍ଦେଶକ ରହିଛନ୍ତି। ଭାରତୀୟ ଲିଗାଲ୍‌ ବ୍ୟବସ୍ଥାରେ ଶ୍ରୀ ପଞ୍ଚୁ ମଧ୍ୟସ୍ଥି ଭାବେ ଅନେକ କାମ କରିଛନ୍ତି।



from Odisha Reporter https://ift.tt/2EIfT8Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages