ଫିଞ୍ଚ ଓ ଖ୍ୱାଜାଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆର ଦମଦାର ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଫିଞ୍ଚ ଓ ଖ୍ୱାଜାଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆର ଦମଦାର ଆରମ୍ଭ

ରାଞ୍ଚି: ଭାରତ ଓ ଅଷ୍ଟ୍ରେଲିଆ ସିରିଜର ତୃତୀୟ ଦିନିକିଆ ମ୍ୟାଚ୍‌ ଝାରଖଣ୍ଡ ରାଜଧାନୀ ରାଞ୍ଚିରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍ ଜିତି ଭ୍ରମଣକାରୀ ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ଦେଇଛନ୍ତି ଦୁଇ ଓପ୍ନର ତଥା ଅଧିନାୟକ ଆରୋନ୍ ଫିଞ୍ଚ୍ ଓ ଉସମାନ ଖ୍ୱାଜା ।

ଦୁହିଁଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ଅଷ୍ଟ୍ରେଲିଆ ୨୩ ଓଭରରେ ବିନା ୱିକେଟ୍ ହରାଇ ୧୩୯ ରନ୍ କରିଛି । ଫିଞ୍ଚ୍ ୭୪ ଓ ଖ୍ୱାଜା ୫୮ ରନ୍ କରି ବ୍ୟାଟିଂ କରୁଛନ୍ତି। ଏହି ମ୍ୟାଚ୍‌ରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ତେବେ ଅଷ୍ଟ୍ରେଲିଆ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ନେଥନ କୁଲ୍ଟର-ନାଇଲଙ୍କ ସ୍ଥାନରେ ଝାଇ ରିଚାର୍ଡସନ୍ ଖେଳୁଛନ୍ତି । ସୂଚନାଯୋଗ୍ୟ, ଚଳିତ ସିରିଜ୍‌ରେ  ୦-୨ରେ ପଛୁଆ ଥିବା ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ‘କର ବା ମର’ ।



from Odisha Reporter https://ift.tt/2HhSyh7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages