ସେନାକୁ ସମ୍ମାନ; ଆର୍ମି କ୍ୟାପ୍ ପିନ୍ଧି ଖେଳିଲା ଟିମ୍ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ସେନାକୁ ସମ୍ମାନ; ଆର୍ମି କ୍ୟାପ୍ ପିନ୍ଧି ଖେଳିଲା ଟିମ୍ ଇଣ୍ଡିଆ

ରାଞ୍ଚି : ଆତଙ୍କବାଦୀ ଆକ୍ରମଣରେ ପୁଲୱାମାରେ ସହିଦ ହୋଇଥିବା ଯବାନମାନଙ୍କୁ ଭାରତୀୟ ଖେଳାଳିମାନେ ଭିନ୍ନ ଢଙ୍ଗରେ ସମ୍ମାନ ଜଣାଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆ ମ୍ୟାଚରେ ଘରୋଇ ଟିମର ଖେଳାଳିମାନେ ଆର୍ମି କ୍ୟାପ୍ ପିନ୍ଧି ଖେଳିବାକୁ ଓହ୍ଲାଇଛନ୍ତି। ଏହି କ୍ୟାପ୍ ନିଜେ ମହେନ୍ଦ୍ର ସିଂହ ଧୋନି ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ପ୍ରଦାନ କରିଛନ୍ତି । ଭାରତୀୟ ସେନାର ପରାକ୍ରମ, ବଳିଦାନ ଏବଂ ଅଦମ୍ୟ ସାହସକୁ ସମ୍ମାନ ଜଣାଇ ବିସିସିଆଇ ଏହି ପଦକ୍ଷେପ ନେଇଛି। କେବଳ ଏତିକି ନୁହେଁ, ଅଷ୍ଟ୍ରେଲିଆର ‘ପିଙ୍କ୍ ଟେଷ୍ଟ’ ଏବଂ ଦକ୍ଷିଣ ଆଫ୍ରିକାର ‘ପିଙ୍କ୍ ଦିନିକିଆ’ ଭଳି ଟିମ୍ ଇଣ୍ଡିଆ ପ୍ରତିବର୍ଷ ଗୋଟିଏ ମ୍ୟାଚ୍ ଆର୍ମି କ୍ୟାପ୍ ପିନ୍ଧି ଖେଳିବ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଆଇଡିଆ ବିସିସିଆଇକୁ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ହିଁ ଦେଇଥିଲେ। ଧୋନି ବର୍ତ୍ତମାନ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଛନ୍ତି। ତେବେ ଏହି କ୍ୟାପ୍ ପିନ୍ଧିବାର ପରମ୍ପରା ତୃତୀୟ ଦିନିକିଆରୁ ଆରମ୍ଭ ହୋଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ପ୍ରତି ସିଜନରେ ଭାରତୀୟ ଗ୍ରାଉଣ୍ଡରେ ହେବାକୁ ଥିବା କୌଣସି ଏକ ମ୍ୟାଚରେ ଟିମ୍ ଏହି କ୍ୟାପ୍ ପିନ୍ଧି ଖେଳିବ।

ଟସ୍ ପଡ଼ିବା ସମୟରେ କୋହଲି କହିଥିଲେ, ଟିମ୍ ଏହି ମ୍ୟାଚର ଫି’କୁ ମଧ୍ୟ ଜାତୀୟ ପ୍ରତିରକ୍ଷା ପାଣ୍ଠିକୁ ଦାନ କରିବ। ଏଥିସହ ସେ ପୁଲୱାମା ହମଲାରେ ସହିଦ୍ ହୋଇଥିବା ଯବାନଙ୍କୁ ସ୍ମରଣ କରିଥିଲେ ଏବଂ ସେମାନଙ୍କ ପରିବାରକୁ ସହାୟତା ଦେବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ।

ଏ ନେଇ ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି, “ସେନା ଓ ଯବାନଙ୍କ ପାଇଁ ଧୋନିଙ୍କ ଭଲପାଇବା ସମସ୍ତଙ୍କୁ ଜଣା। ଏଥିପାଇଁ ଧୋନି ନିଜର ହୋମ ଗ୍ରାଉଣ୍ଡ ରାଞ୍ଚିରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଧୋନି କ୍ରିକେଟ୍ ଛାଡ଼ିବା ପରେ ଫୁଲ୍ ଟାଇମ୍ ପାଇଁ ଯଦି ସେନାରେ ଭର୍ତ୍ତି ହୁଅନ୍ତି, ତାହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।”

ବିସିସିଆଇ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଧୋନି ଟିମର ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ଏହି କ୍ୟାପ୍ ବାଣ୍ଟୁଛନ୍ତି। ଧୋନି ଓ କୋହଲି ଗତ ୬ମାସ ହେବ ସ୍ପୋର୍ଟ୍ସ ବ୍ରାଣ୍ଡ ନାଇକ୍ ସହ ମିଶି ଏହା ଉପରେ କାମ କରୁଥିଲେ।



from Odisha Reporter https://ift.tt/2tVpPGX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages