
ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହରଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ‘କଲଙ୍କ’ର ପ୍ରଥମ ଗୀତ ‘ଘର ମୋରେ ପରଦେଶୀୟା’ ରିଲଜ୍ ହୋଇଯାଇଛି। ଏଥିରେ ଆଲିଆ ଭଟ୍ଟ ଓ ମାଧୁରୀ ଦୀକ୍ଷିତ୍ଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିଛି। ଗୀତରେ ବରୁଣ ଧୱନ ମଧ୍ୟ ନଜର ଆସିଛନ୍ତି। ଗୀତଟିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ମାତ୍ର କେଇ ଘଣ୍ଟା ଭିତରେ ଗୀତଟିକୁ ୨ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଗୀତରେ ବାହାର ବେଗମ୍(ମାଧୁରୀ ଦୀକ୍ଷିତ୍ ଓ ରୁପ୍(ଆଲିଆ ଭଟ୍ଟ)ଙ୍କର ଜବରଦସ୍ତ ଯୁଗଳବନ୍ଦୀ ଦେଖିବାକୁ ମିଳିଛି। ଯାହାକୁ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍କଣ୍ଠା ଆହୁରି ବଢ଼ିଯାଇଛି।
‘କଲଙ୍କ’ର ଏହି ପ୍ରଥମ ଗୀତଟି ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଗୀତରେ ଶ୍ରେୟା ଘୋଷାଲ ଓ ବୈଶାଳୀ ମାଡ଼େ କଣ୍ଠ ଦେଇଛନ୍ତି। ଗୀତଟିକୁ ଅମିତ ଭଟାଚାର୍ଯ୍ୟ ଲେଖିଥିବାବେଳେ ପ୍ରିତମ ଏହାକୁ କମ୍ପୋଜ୍ କରିଛନ୍ତି। ଗାତର କୋରିୟୋଗ୍ରାଫି କରିଛନ୍ତି ରେମୋ ଡିସୁଜା।
ଏହି ଫିଲ୍ମଟି ହେଉଛି କରଣ ଓ ତାଙ୍କ ପିତାଙ୍କର ଡ୍ରିମ୍ ପ୍ରୋଜେକ୍ଟ। କିଛି ଦିନ ପୂର୍ବରୁ ‘କଲଙ୍କ୍’ର ଟିଜର ରିଲିଜ୍ ହୋଇଥିଲା। ରିଲିଜ୍ ହେବାର ମାତ୍ର ୨ ଦିନ ଭିତରେ ଟିଜର୍କୁ ପ୍ରାୟ ସାଢ଼େ ୨କୋଟିରୁ ଅଧିକ ଥର ଦେଖାସରିଥିଲା। ଏବେ ପର୍ଯ୍ୟନ୍ତ ଏହା ୟୁଟ୍ୟୁବର ଟପ୍ ଟ୍ରେଣ୍ଡରେ ରହିଛି। ଧର୍ମା ପ୍ରଡକ୍ସନ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ବରୁଣ ଧାୱନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାସହ ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁର, ସୋନାକ୍ଷି ସିହ୍ନା ଓ ମାଧୁରୀ ଦିକ୍ଷୀତ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।
from Odisha Reporter https://ift.tt/2Y7ifXq
No comments:
Post a Comment