
ପ୍ରାୟଗରାଜ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୈ ଭି ଚୌକିଦାର’ ପ୍ରଚାରକୁ ଆଜି ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଚ୍ଛଲ୍ୟ କରିଛନ୍ତି। ସେ କହିଛନ୍ତି, “ଚୌକିଦାର କେବଳ ଧନୀ ଲୋକଙ୍କ ପାଇଁ, ଚାଷୀଙ୍କ ପାଇଁ ନୁହନ୍ତି।”
ଆଜି ଗଙ୍ଗାରେ ନୌକା ଯାତ୍ରା କରି ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ପ୍ରିୟଙ୍କା। ଏହି ସମୟରେ ସେ କହିଛନ୍ତି, “ ମୁଁ ଗତକାଲି କିଛି ଚାଷୀଭାଇଙ୍କୁ ଭେଟିଥିଲି।
ପଶ୍ଚିମ ୟୁପିର ଜଣେ ଆଳୁ ଚାଷୀ ସେ କେଉଁ କେଉଁ ସମସ୍ୟା ଦେଇ ଗତି କରୁଛନ୍ତି ସେକଥା ମୋତେ କହିଛନ୍ତି। ଜଣେ ଚାଷୀ କହିଛନ୍ତି ଚୌକିଦାର କେବଳ ଧନୀ ଶ୍ରେଣୀର ଲୋକଙ୍କ ପାଇଁ ରହିଛନ୍ତି। ସେହି ଚୌକିଦାର ଆମ କଥା ବୁଝୁନାହାନ୍ତି। ଆମେ ଚାଷୀମାନେ ହେଉଛୁ ନିଜ ନିଜର ଚୌକିଦାର।”
from Odisha Reporter https://ift.tt/2Ter2mI
No comments:
Post a Comment