
ଇସଲାମାବାଦ: ଯେତେ ଫାଙ୍କିଲେ ବି ପାକିସ୍ତାନ ସରକାର ଓ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଭିତିରିଆ ସମ୍ପର୍କ ଧରାପଡ଼ିଛି। ପାକିସ୍ତାନର ଏକ ଟିଭି ଚ୍ୟାନେଲକୁ ଫୋନ ମାଧ୍ୟମରେ ପ୍ରତିକ୍ରିୟା ଦେଇ ଦେଶର ଅସଲ ଚେହେରାକୁ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ପଦାରେ ପକାଇଛନ୍ତି।
ସେ କହିଛନ୍ତି, ଭାରତରେ ଆକ୍ରମଣ ପାଇଁ ପାକିସ୍ତାନ ଗୁଇନ୍ଦା ବିଭାଗ ଆତଙ୍କବାଦୀ ଜୈଶ-ଏ-ମହମ୍ମଦକୁ ବ୍ୟବହାର କରେ। ଏବେ ଇମ୍ରାନ ସରକାର ଜୈଶ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ସେ ଖୁସି ବୋଲି କହିଛନ୍ତି। ଆତଙ୍କବାଦୀଙ୍କ ନିପାତ ପାଇଁ ଏହା ଭଲ ପଦକ୍ଷେପ ବୋଲି ମୁଶାରଫ ପ୍ରତିକ୍ରିୟା ଦେଇଛନ୍ତି।
ଏଥିସହ ସେ ରାଷ୍ଟ୍ରପତି ଥିବା ବେଳେ କିଭଳି ଜୈଶ-ଏ-ମହମ୍ମଦ ତାଙ୍କୁ ୨ ଥର ହତ୍ୟା କରିବା ପାଇଁ ଆକ୍ରମଣ କରିଥିଲା ସେ ବିଷୟରେ ମଧ୍ୟ କହିଛନ୍ତି। ଡିସେମ୍ବର ୨୦୦୩ ଝଣ୍ଡ ଚିଚିରେ ତାଙ୍କ ଉପରେ ହୋଇଥିବା ଆକ୍ରମଣର ଘଟଣା ସମ୍ପର୍କରେ ମଧ୍ୟ ମୁଶାରଫ ଖୁଲାସା କରିଛନ୍ତି। ତେବେ ଆତଙ୍କବାଦୀମାନେ ବୋମା ଫୁଟାଇବାରେ ବିଳମ୍ବ କରିବାରୁ ସେ ବର୍ତ୍ତିଯାଇଥିଲେ ବୋଲି କହିଛନ୍ତି।
جنرل پرویز مشرف پر جھجڈا چیچی میں حملہ کس نے کیا ؟#NadeemMalikLive #Pakistan #HUMNews pic.twitter.com/3PI6WYzJq1
— Nadeem Malik (@nadeemmalik) March 5, 2019
from Odisha Reporter https://ift.tt/2IY0h6g
No comments:
Post a Comment