ମାର୍ଚ୍ଚ ୨୯ରେ ପରଦାକୁ ଆସିବ ‘ଦ ଲିଷ୍ଟ ଅଫ୍‌ ଦିଜ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ମାର୍ଚ୍ଚ ୨୯ରେ ପରଦାକୁ ଆସିବ ‘ଦ ଲିଷ୍ଟ ଅଫ୍‌ ଦିଜ୍‌’

ମୁମ୍ବାଇ: ବହୁ ଚଚ୍ଚର୍ଚ୍ଚିତ ଖ୍ରୀଷ୍ଟିଆନ୍‌ ମିସନାରୀ ଗ୍ରାହାମ୍‌ ଷ୍ଟେନ୍ସ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ନ ‘ଦ ଲିଷ୍ଟ ଅଫ୍‌ ଦିଜ୍‌’ (THE LEAST OF THESE) ଚଳିତ ମାସ ୨୯ ତାରିଖରେ ପରଦାକୁ ଆସିବ। ଏନେଇ ସୂଚନା ଦେଇଛନ୍ତି ଫିଲ୍ମ ନିର୍ମାତା। ପୂର୍ବରୁ ଫିଲ୍ମର ଟ୍ରେଲର୍ ରିଲିଜ ହୋଇଥିବା ବେଳେ ଏବେ ଫିଲ୍ମର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ଶୋସାଲ ମିଡିଆରେ ଫିଲ୍ମର ପୋଷ୍ଟରକୁ ରିିଲିଜ କରିଛନ୍ତି ଫିଲ୍ମ ନିର୍ମାତା। ପୋଷ୍ଟରରେ ଥ୍ରୀ-ଇଡିୟଟ୍‌ ଫେମ୍‌  ସର୍ମନ ଯୋଶୀ ନଜର ଆସିଛନ୍ତି। ସରମନ୍‌ଙ୍କର ଏହା ପ୍ରଥମ ହଲିଉଡ ଫିଲ୍ମ।

ଭାରତୀୟ ନିର୍ଦ୍ଦେଶକ ଅନୀଶ ଡାନିଏଲ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ନରେ ଓଲିଉଡ୍‌ ଅଭିନେତା ମନୋଜ ମିଶ୍ରଙ୍କ ସହ ବଲିଉଡ୍‌ କଳାକାର ସରମାନ୍‌ ଯୋଶୀ ଓ ପ୍ରକାଶ ବେଲାୱାଡ଼ି ପ୍ରମୁଖ ଅଭିନୟ କରିଛନ୍ତି। ତେବେ ଷ୍ଟେନ୍ସ ଦମ୍ପତ୍ତି ଭାବେ ନଜର ଆସିବେ ଷ୍ଟିଫେନ୍‌ ବାଲ୍‌ଡୱିନ୍‌ ଓ ଶାରୀ ରିଗ୍‌ବି। ବଲିଉଡ ଅଭିନେତା ର୍ସ‌ମାନ ଯୋଶୀଙ୍କୁ ଏଥିରେ ସାମ୍ବାଦିକ ଭୂମିକାରେ ଦେଖିବାକୁ ମିଳିବ।

୧୯୯୯ ମସିହା ଜାନୁଆରୀ ୨୨ ତାରିଖର ଶୀତୁଆ ରାତିରେ କେନ୍ଦୁଝର-ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ମନୋହରପୁରରେ ଘଟିଗଲା ନିର୍ମମ ହତ୍ୟାକାଣ୍ଡ। କୁଷ୍ଠରୋଗୀଙ୍କୁ ସେବା ଆଳରେ ଆଦିବାସୀଙ୍କୁ ବେଆଇନ୍‌ ଭାବେ ଧର୍ମ ପରିବର୍ତ୍ତନ କରାଉଥିବା ସନ୍ଦେହରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଜୀଅନ୍ତା ଜାଳିଦେଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ। ଏହି ହତ୍ୟାକାଣ୍ଡରେ ପ୍ରାୟ ୫୦ ଜଣ ଲୋକ ସାମିଲ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦାରା ସିଂହକୁ ୨୦୧୧ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମ କୋର୍ଟ।



from Odisha Reporter https://ift.tt/2C2KGfO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages