ବୁଧବାର ସୁପ୍ରିମକୋର୍ଟରେ ହେବ ରାଫେଲ୍‌ ଡିଲ୍‌ର ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ବୁଧବାର ସୁପ୍ରିମକୋର୍ଟରେ ହେବ ରାଫେଲ୍‌ ଡିଲ୍‌ର ଶୁଣାଣି

ନୂଆଦିଲ୍ଲୀ: ଫ୍ରାନ୍ସ ସହ ହୋଇଥିବା ରାଫେଲ ଡିଲ୍‌କୁ ନେଇ ହୋଇଥିବା ଏକାଧିକ ରିଭ୍ୟୁ ପିଟିସନ୍‌ର ଶୁଣାଣି ଆସନ୍ତା ବୁଧବାର ସୁପ୍ରିମକୋର୍ଟରେ ହେବ। ଗତବର୍ଷ ଡିସେମ୍ବର ମାସରେ ସୁପ୍ରିମକୋର୍ଟ ରାଫେଲ ଯୁଦ୍ଧ ବିମାନ୍‌ ଡିଲ୍‌ର ଶୁଣାଣି କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ।

ତେବେ କେନ୍ଦ୍ର ସରକାର ଭୁଲ ସତ୍ୟପାଠ ଦେଇଥିବାରୁ ସୁପ୍ରିମକୋର୍ଟ ରାଫେଲ୍‌ ଡିଲ୍‌କୁ କ୍ଲିନ୍‌ଚିଟ୍‌ ଦେଇଥିବା ଅଭିଯୋଗ କରି ଏକାଧିକ ପିଟିସନ୍‌ ସୁପ୍ରିମକୋର୍ଟରେ ଦାଏର ହୋଇଥିଲା। ପୂର୍ବତନ ଏନ୍‌ଡିଏ ମନ୍ତ୍ରୀ ଯଶବନ୍ତ ସିହ୍ନା ଓ ଅରୁଣ ସୌରୀଙ୍କ ସମେତ ବରିଷ୍ଠ ଆଇନ୍‌ଜୀବୀ ପ୍ରଶାନ୍ତ ଭୂଷଣ ଓ ଆପ୍‌ ନେତା ସଞ୍ଜୟ ସିଂହ ସୁପ୍ରିମକୋର୍ଟ ନିଜ ରାୟର ପୁଣିଥରେ ସମୀକ୍ଷା କରନ୍ତୁ ବୋଲି ଦାବି କରି ପିଟିସନ୍‌ ଦାଏର କରିଥିଲେ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ବୁଧବାର ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି।



from Odisha Reporter https://ift.tt/2SEGVTk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages