
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଧୀରେଧୀରେ ଶକ୍ତି ଆହରଣ କରିବାରେ ଲାଗିଛି। ଆଜି ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମ୍ସି ସାଂସଦ ଅନୁପମ ହଜାରେ, କଂଗ୍ରେସ ନେତା ଦୁଲାଲ ଚନ୍ଦ୍ର ଓ ସିପିଏମ୍ ନେତା ଖଗେନ୍ ମୁର୍ମୁ ବିଜେପିରେ ଯୋଗଦେଇଛନ୍ତି। ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେପିର ବରିଷ୍ଠ ନେତା ମୁକୁଲ ରୟ ଓ ଦଳର ଜାତୀୟ ସାଧାରଣ ସମ୍ପାଦକ କୈଲାସ ବିଜୟବର୍ଗିୟା ଉପସ୍ଥିତ ରହିଥିଲେ।
ଦଳ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀ ହଜାରେଙ୍କୁ ଟିଏମ୍ସି ଗତ ଜାନୁଆରୀମାସରେ ବହିଷ୍କାର କରିଥିଲା। ଆଜି ବିଜେପିରେ ଯୋଗଦେବା ପରେ ଶ୍ରୀ ହଜାରେ କହିଛନ୍ତି, “ମୁଁ ଜଣେ ସୋଶାଲ ୱର୍କ ପ୍ରଫେସର। ତେବେ ମୁଁ ଟିଏମ୍ସିରେ ଯୋଗଦେବା ପରେ କାମ କରିବା ଦିଗରେ ଏକ ପ୍ରକାରର ପଙ୍ଗୁ ହୋଇଯାଇଥିଲି। ତେଣୁ ବାଧ୍ୟ ହୋଇ ଦଳ ଛାଡ଼ିବାକୁ ଚାହିଁଥିଲି।”
from Odisha Reporter https://ift.tt/2F6hWUr
No comments:
Post a Comment