
ବେଜିଂ: ବାଲାକୋଟ୍ରେ ଭାରତୀୟ ବାୟୁସେନାର ଏୟାର୍ ଷ୍ଟ୍ରାଇକ୍ ପରେ ଭୟଭୀତ ପାକିସ୍ତାନ ଏବେ ଚୀନ୍ର ଆଶ୍ରୟ ନେଇଛି। ଭାରତ ଉପରେ ବଦଲା ନେବାକୁ ପାକିସ୍ତାନ ଏଫ୍-୧୬ ଯୁଦ୍ଧ ବିମାନକୁ ବ୍ୟବହାର କରିଥିଲା। ହେଲେ ଭାରତୀୟ ବାୟୁସେନାର ମିଗ-୨୧ ଏହାକୁ ଖସାଇ ଦେବାକୁ ସକ୍ଷମ ହୋଇଥିଲା। ଏଣୁ ଏବେ ପାକିସ୍ତାନ-ଚୀନ୍ ସାଙ୍ଗରେ ମିଶି ନୂଆ ବିମାନ ନିର୍ମାଣ କରିବା ଏବଂ ପୁରୁଣା ବିମାନକୁ ଅତ୍ୟାଧୁନିକ ଶୈଳୀରେ ପ୍ରସ୍ତୁତ କରିବା କାର୍ଯ୍ୟ ଆରମ୍ଭ କରିଛି।
ପାକିସ୍ତାନ ଆମେରିକା ଓ ଜୋର୍ଡାନ ଠାରୁ ଏଫ୍-୧୬ ଯୁଦ୍ଧ ବିମାନ କିଣିଥିବା ବେଳେ ଚୀନ୍ ଠାରୁ ଜେଏଫ୍-୧୭ ଯୁଦ୍ଧ ବିମାନ କିଣିଛି। ହେଲେ ଭାରତ ପାଖରେ ଥିବା ତେଜସ୍ ସହ ଜେଏଫ୍-୧୭ ସମକକ୍ଷ ହୋଇପାରୁନାହିଁ। ଏଥିସହ ପାକିସ୍ତାନ ଏଫ୍-୧୬ ବ୍ୟବହାର କଲେ ଆମେରିକା ତା’ର ପ୍ରତିବାଦ କରୁଛି। ଏହାକୁ ଦୃଷ୍ଟିରେ ରଖି ଏବେ ପାକିସ୍ତାନକୁ ଚୀନ୍ ସହାୟତାର ହାତ ବଢ଼ାଇଛି। ପୂର୍ବରୁ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସହଯୋଗ କରୁଥିବା ଚୀନ୍ ଏବେ ବିମାନର ଅପଗ୍ରେଡେସନ୍ କରିବାରେ ମଧ୍ୟ ଇସ୍ଲାମାବାଦ ପ୍ରତି ସହଯୋଗର ହାତ ବଢ଼ାଇଛି।
from Odisha Reporter https://ift.tt/2Tyl9Gl
No comments:
Post a Comment