ଶ୍ରୀଲଙ୍କା ଟେଷ୍ଟ କ୍ୟାପଟେନ୍ କରୁଣାରତ୍ନେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ଶ୍ରୀଲଙ୍କା ଟେଷ୍ଟ କ୍ୟାପଟେନ୍ କରୁଣାରତ୍ନେ ଗିରଫ

କଲମ୍ବୋ: ଶ୍ରୀଲଙ୍କା ଟେଷ୍ଟ କ୍ୟାପଟେନ୍ ଦିମୁତ କରୁଣାରତ୍ନେଙ୍କୁ ରବିବାର ସକାଳେ କଲମ୍ବୋରେ ମଦ୍ୟପାନ କରି ଗାଡି ଚଳାଇବା ଓ ଅନ୍ୟ ଏକ ଗାଡିକୁ ଧକ୍କା ଦେବା ମାମଲାରେ ଗିରଫ କରାଯାଇଛି। ପୁଲିସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଏହି ଶ୍ରୀଲଙ୍କା କ୍ରିକେଟର ଜଣକ ଏକ ତିନିଚକିଆ ଗାଡ଼ିକୁ ଧକ୍କା ଦେଇଥିଲେ, ଯେଉଁ କାରଣରୁ ଗାଡିର ଡ୍ରାଇଭର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ତେବେ ଉକ୍ତ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇନଥିବା ପୁଲିସ ପକ୍ଷରୁ କୁହାଯାଇଛି। ଦୁର୍ଘଟଣା ସମୟରେ କରୁଣାରତ୍ନେ ମଦ୍ୟପାନ କରିଥିଲେ। ଗିରଫ ପରେ କରୁଣାରତ୍ନେଙ୍କୁ ତୁରନ୍ତ ଜାମିନ୍ ମିଳିଯାଇଥିଲା। ଏହି ମାମଲାରେ କରୁଣାରତ୍ନେଙ୍କୁ ଚଳିତ ସପ୍ତାହରେ କୋର୍ଟରେ ହାଜିର ହେବାକୁ ପଡ଼ିବ। ଦୁର୍ଘଟଣାରେ ଗାଡି ଚାଳକଙ୍କୁ କୌଣସି ଆଘାତ ଲାଗିନାହିଁ ସତ, କିନ୍ତୁ ଶ୍ରୀଲଙ୍କାର ଏହି କ୍ରିକେଟରଙ୍କ କ୍ୟାରିୟର ଏବେ ବିପଦରେ ପଡ଼ିପାରେ।

ଆଗାମୀ ଦିନରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ସୂଚନା ମିଳିଛି। କରୁଣାରତ୍ନେଙ୍କ ନେତୃତ୍ୱରେ ଶ୍ରୀଲଙ୍କା କ୍ରିକେଟ ଟିମ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିଥିଲା। ଏହି ସଫଳତା କାରଣରୁ ଆସନ୍ତା ମେ’ ୩୦ ତାରିଖରୁ ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପ୍ ପାଇଁ ତାଙ୍କୁ ଦଳର କ୍ୟାପଟେନ୍ କରାଯିବା ନେଇ ଚର୍ଚ୍ଚା ମଧ୍ୟ ଚାଲିଥିଲା।



from Odisha Reporter https://ift.tt/2CKYSKI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages