ରୋଚକ ହେବ ୨୦୧୯ ନର୍ବାଚନ: ମଇଦାନରେ ହେବ ବାପ-ପୁଅ ଓ ବାପ-ଝିଅଙ୍କ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ରୋଚକ ହେବ ୨୦୧୯ ନର୍ବାଚନ: ମଇଦାନରେ ହେବ ବାପ-ପୁଅ ଓ ବାପ-ଝିଅଙ୍କ ଲଢ଼େଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋଚକ ହେବାକୁ ଯାଉଛି ୨୦୧୯ ନିର୍ବାଚନ। ଏଥର ପରିବାର ଭିତରେ ହେବ ଜବରଦସ୍ତ ଟକ୍କର। ଗୋଟିଏ ଛାତ ତଳେ ରହି ମଧ୍ୟ ଅଲଗା ଅଲଗା ଦଳ ପାଇଁ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡ଼ିଛନ୍ତି ପରିବାରର ସଦସ୍ୟ। ସୁବିଧାବାଦ ରାଜନୀତିର ହାୱା ବାପ-ପୁଅ ଓ ବାପ-ଝିଅର ରାସ୍ତାକୁ ଅଲଗା କରିଦେଇଛି। କେଉଁଠି ପ୍ରତିଶୋଧର ରାଜନୀତି ତ କେଉଁଠି ଟିକେଟର ଲୋଭ ରକ୍ତର ସଂପର୍କକୁ ପର କରି ଦେଇଛି।

ଡା. ଦାମୋଦର ରାଉତ ଓ ସମ୍ବିତ ରାଉତରାୟ ସଂପର୍କରେ ହେଉଛନ୍ତି ବାପ- ପୁଅ। ବିଜେଡିରୁ ସଂପର୍କ ତୁଟିବା ପରେ ପଦ୍ମ ଧରିଛନ୍ତି ଡା. ରାଉତ। ହେଲେ ପୁଅକୁ ବିଜେଡି ରାଜ୍ୟ ସଂପାଦକ ନିଯୁକ୍ତ କରିଛି। ଏବେ ନିର୍ବାଚନୀ ଲଢେଇରେ ଦୁହିଁଙ୍କ ରାସ୍ତା ଅଲଗା। ବାପାଙ୍କ ପୂର୍ବ ଆସନ ପାରାଦୀପରୁ ଶଙ୍ଖ ଚିହ୍ନରେ ଲଢିବେ ପୁଅ ସମ୍ବିତ। ଏପଟେ ଦାମ ପଦ୍ମ ଚିହ୍ନରୁ ପଡ଼ୋଶୀ ବାଲିକୁଦା- ଏରସମାରୁ ଲଢ଼ିବେ। ଗୋଟିଏ ଛାତ ତଳେ ରହୁଥିଲେ ମଧ୍ୟ ଏବେ ରାଜନୀତିର ହାୱା ଅଲଗା କରିଦେଇଛି ଦୁହିଁଙ୍କ ନୀତି, ନେତାଗିରି ଓ ଆଦର୍ଶକୁ। ତେବେ ରାଜନୈତିକ ଫାଇଦା ପାଇଁ ବିଜେଡି ଫନ୍ଦି କରିଥିବାରୁ ପାରାଦୀପରେ ପୁଅ ବିରୋଧରେ ପ୍ରଚାର କରିବେ ନାହିଁ ବୋଲି କହିଛନ୍ତି ଦାମ।
ଦାମ କହିଛନ୍ତି, “ବିଜେଡି ମୋତେ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରୁଛି। ପାରାଦୀପ ନିର୍ବାଚନମଣ୍ଡଳୀରୁ ମୋ ପୁଅକୁ ପ୍ରାର୍ଥୀ କରାଇଛି। ତେଣୁ ମୁଁ ପାରାଦୀପ ଯାଇପାରିବି ନାହିଁ।”

ପାରାଦୀପ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ କହିଛନ୍ତି, “ବାପାଙ୍କ ସ୍ୱାଭିମାନକୁ କୁଠାରାଘାତ ହେଲା, ସେ ଦଳ ଛାଡ଼ି ଗଲେ। ତା’ ଉପରେ ମୋର କିଛି କହିବାର ନାହିଁ। ବ୍ୟକ୍ତିଗତ ଭାବେ ମୁଁ ନବୀନ ପଟ୍ଟନାୟକଙ୍କୁ ଭଲ ପାଏ ଏବଂ ମୁଁ ବିଜେଡିରେ ଥିଲି ଓ ରହିବି ମଧ୍ୟ। ବାପା ବିଜେପିରୁ ଓ ମୁଁ ବିଜେଡିରୁ ଲଢ଼ିଲେ ଅସୁବିଧା କେଉଁଠି ରହିଲା?”

ସେହିପରି ପ୍ରଶାନ୍ତ ନନ୍ଦ ଓ ରିଷଭ ନନ୍ଦ ହେଉଛନ୍ତି ସଂପର୍କରେ ବାପ-ପୁଅ। ବାପା ପ୍ରଶାନ୍ତ ବିଜେଡିର ରାଜ୍ୟସଭା ସାଂସଦ ଓ ମୁଖପାତ୍ର। ପୁଅ କିନ୍ତୁ ବିଜେପି କ୍ୟାମ୍ପକୁ ଡେଇଁଛନ୍ତି। ପଦ୍ମ ଚିହ୍ନରେ ରିଷଭ ଲଢିବେ ବେଗୁନିଆ ଆସନରୁ। ସେପଟେ ବାପା କିନ୍ତୁ ବିଜେଡିର ଷ୍ଟାର କ୍ୟାମ୍ପେନର। ସେ ନବୀନଙ୍କ ପାଇଁ ପ୍ରଚାର କରିବେ।

କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କର ଦୁଇଝିଅ ସୁନୀତା ଓ ଅମିତା ବାପାଙ୍କ ସହ କଂଗ୍ରେସ କ୍ୟାମ୍ପରେ ଥିଲେ। ହେଲେ ୨୦୧୯ର ନିର୍ବାଚନୀ ପବନ ବଡ଼ ଝିଅ ସୁନୀତାଙ୍କୁ ଉଡ଼ାଇନେଲା ବିଜେଡି କ୍ୟାମ୍ପକୁ। ସୁନୀତା ଏବେ ବାପାଙ୍କ ପୂର୍ବ ଆସନ ସୁନ୍ଦରଗଡ଼ ଲୋକସଭାରୁ ଶଙ୍ଖ ଚିହ୍ନରେ ଲଢିବେ। ହେମାନନ୍ଦଙ୍କ ସାନ ଝିଏ ଅମିତା କିନ୍ତୁ ସେହି ସୁନ୍ଦରଗଡ଼ ବିଧାନସଭାରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ବାପା ସାନଝିଅ ପାଇଁ ପ୍ରଚାର କରିବେ। ଆଉ ବଡ଼ଝିଅର ଦଳକୁ ହରାଇବାକୁ ମଇଦାନକୁ ଓହ୍ଲାଇବେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ କହିଛନ୍ତି-“ସାନ ଝିଅ କଂଗ୍ରେସ ଓ ବଡ଼ ଝିଅ ବିଜେଡିରୁ ଲଢ଼ୁଛି। ନିର୍ବାଚନରେ ପ୍ରଚାର ହେଲେ ମୁଁ କଂଗ୍ରେସ ସପକ୍ଷରେ ଓ ବିଜେଡି ବିରୋଧରେ ନିଶ୍ଚିତ ପ୍ରଚାର କରିବି।”

ବିଜେପି ପ୍ରାର୍ଥୀ ରିଷଭ ନନ୍ଦ କହିଛନ୍ତି-“ବାପା ତାଙ୍କ ବିଚାରଧାରାରେ ଓ ମୁଁ ମୋ ବିଚାରଧାରାରେ ଲଢ଼ିବି। ଆମର କୌଣସି ଅସୁବିଧା ହେବନାହିଁ।”

ବଲାଙ୍ଗୀର ରାଜନୀତିରେ ଦୁଇ ଦଳରେ ଥିବା ରାଜପରିବାର ସଦସ୍ୟଙ୍କ ଭିତରେ ପାରମ୍ପରିକ ଭାବେ ଲଢେଇ ହୋଇଆସୁଛି। ଏଥର ମଧ୍ୟ ବଲାଙ୍ଗୀର ଲୋକସଭା ଆସନରେ ଦିଅର-ଭାଉଜ ଲଢ଼େଇର ପୁନରାବୃତ୍ତି ହେବ। ଶଙ୍ଖ ଚିହ୍ନରୁ ଦିଅର କଳିକେଶ ସିଂହଦେଓ ଓ ପଦ୍ମରୁ ଲଢ଼ିବେ ଭାଉଜ ସଂଗୀତା ସିଂହଦେଓ।



from Odisha Reporter https://ift.tt/2WCZcCZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages