
ଲଣ୍ଡନ: ଋଣ ଜାଲିଆତି ମାମଲାରେ ଅଭିଯୁକ୍ତ ତଥା ଦେଶ ଛାଡ଼ି ଲଣ୍ଡନ ଚାଲିଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଲଣ୍ଡନର ଏକ ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳିଛି। ଆଜି ଗଣମାଧ୍ୟମର କିଛି ପ୍ରତିନିଧି ତାଙ୍କୁ ଠାବ କରିବା ପରେ ସେ ଚିରାଚରିତ ଢଙ୍ଗରେ ‘ନୋ କମେଣ୍ଟସ୍’ କହି ଚାଲିଯାଇଥିଲେ।
ଏହାର ଗୋଟିଏ ଦିନ ପୂର୍ବରୁ ଏକ ବ୍ରିଟିଶ୍ କୋର୍ଟ ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧ କ୍ରମେ ନିରବଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି କରିସାରିଛନ୍ତି।
ଏହି ୪୮ ବର୍ଷୀୟ ବ୍ୟବସାୟୀ ଆଗାମୀ କିଛି ଦିନ ମଧ୍ୟରେ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଇଡି ସୂତ୍ରରୁ ଜଣାପଡ଼ିଛି ଆସନ୍ତା ସପ୍ତାହରେ ହିଁ ତାଙ୍କୁ ଗିରଫ କରାଯିବ।ତାଙ୍କୁ ଗିରଫ କରାଯିବାପରେ ଏହି ମାମଲା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ସହିତ ସମାନ୍ତରାଳ ଭାବେ ଚାଲିବ। ମାଲ୍ୟା ମଧ୍ୟ ଏଭଳି ସମାନ ମାମଲାରେ ଦେଶ ଛାଡ଼ି ଚାଲିଯାଇଛନ୍ତି। ତାଙ୍କୁ ମଧ୍ୟ ପ୍ରତ୍ୟର୍ପଣ କରାଯିବା ପାଇଁ ପ୍ରୟାସ ଚାଲିଛି।
from Odisha Reporter https://ift.tt/2Y4hmiF
No comments:
Post a Comment