ବିଜେପି ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ନିର୍ବାଚନୀ ରାଲି, ପରିବର୍ତ୍ତନର ନାରା ଦେଲେ ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ବିଜେପି ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ନିର୍ବାଚନୀ ରାଲି, ପରିବର୍ତ୍ତନର ନାରା ଦେଲେ ବୈଜୟନ୍ତ

ସାଲେପୁର(ମନୋଜ ଆଚାର୍ଯ୍ୟ):ସାଲେପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା ଆଜି ଏକ ବିରାଟ ନିର୍ବାଚନୀ ରାଲି କରିଛନ୍ତି। ଏହି ରାଲିରେ ବିଜେପିର କେନ୍ଦ୍ରାପଡ଼ା ଲୋକସଭା ଆସନ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ସାମିଲ ହୋଇଛନ୍ତି।

କାଜିବଜାର ନୃସିଂହନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଉଭୟ ନେତା ଦଳୀୟ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରିଥିଲେ। ଜଗତପୁରରୁ ଆରମ୍ଭ ହୋଇଥିବା ଏହି ରାଲି ଟାଙ୍ଗୀ ଡ୍ରିମସ କଲେଜ୍, ଗୋପୀନାଥପୁର, ଭଟିମୁଣ୍ଡା ଦେଇ ପ୍ରାୟ ୪୦ କିଲୋମିଟର ଅତିକ୍ରମ କରିବ। ଦଳୀୟ କର୍ମୀ, ସମର୍ଥକ ଓ ନେତାଙ୍କୁ ନେଇ ସାଲେପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ ଏହି ରାଲିରେ ଏକ ବିରାଟ ଶୋଭାଯାତ୍ରା କରାଯାଇଛି।

ବୈୟଜନ୍ତ କହିଛନ୍ତି, “ପାଖାପାଖି ୨୦ ହଜାର ଲୋକ ଏକଜୁଟ ହୋଇଛନ୍ତି। ଏପରି ସମର୍ଥନର କାରଣ ହେଉଛି, ଲୋକେ ଓଡ଼ିଶାରେ ପରିବର୍ତ୍ତନ ଚାହୁଁଛନ୍ତି। ରାଜ୍ୟରେ ଗୁଣ୍ଡାଗିରି, ହିଂସାକାଣ୍ଡ ଓ ଦୁର୍ନୀତି ବଢ଼ିଛି। ଶାସକ ଦଳ ଏହାକୁ ପ୍ରଶୟ ଦେଇ ଆସିଛି। ଏହାକୁ ପରିବର୍ତ୍ତନ କରିବାକୁ ଲୋକେ ଚାହୁଁଛନ୍ତି। ଅପରପକ୍ଷରେ ମୋଦିଜୀଙ୍କ ନେତୃତ୍ୱରେ ଦେଶ ଆଗେଇ ଚାଲିଛି। ଅର୍ଥନୈତିକ କ୍ଷେତ୍ରରେ ଓ ସୁରକ୍ଷା କ୍ଷେତ୍ରରେ ଦେଶ ମଜଭୁତ ହୋଇଚାଲିଛି। ଲୋକେ ଚାହୁଁଛନ୍ତି, ମୋଦିଜୀଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ।”

ସେ ଆହୁରି କହିଛନ୍ତି, “କେବଳ ଉପକୂଳ ନୁହେଁ, ପୂରା ଓଡ଼ିଶାର ଲୋକ ଚାହୁଁଛନ୍ତି ମୋଦିଜୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଓ ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ। ଏହାର ସ୍ପଷ୍ଟଚିତ୍ର ଆଜି ଆପଣ ଏହି ରାଲିରୁ ଦେଖି ପାରୁଛନ୍ତି  ବୋଲି ସେ କହିଛନ୍ତି।



from Odisha Reporter https://ift.tt/2UOuVR4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages