
ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଶିବପ୍ରସାଦ ପାଣିଗ୍ରାହୀଙ୍କର ଆଜି ସକାଳେ ସନ୍ଦେହଜନକ ମୃତ୍ୟୁ ଘଟିଛି।
ଶିବ ପ୍ରସାଦଙ୍କୁ ଆଜି ସକାଳେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗତ କିଛି ଦିନ ଧରି ଶିବପ୍ରସାଦ କାର୍ଯ୍ୟ ଚାପରେ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ମାନସିକ ଅଶାନ୍ତିରେ ଥିଲେ ଶିବପ୍ରସାଦ। ଏଥିପାଇଁ ମାତ୍ରାଧିକ କ୍ଲୋରୋକୁଇନ ଖାଇ ଦେଇଥିବା ସମ୍ପର୍କୀୟ କହିଛନ୍ତି।
ହେଲେ, ତାଙ୍କ ମୃତ୍ୟୁ କିପରି ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ରାୟଗଡ଼ା ସିଡିଏମ୍ଓ ଶିବପ୍ରସାଦ ପାଢ଼ୀ କହିଛନ୍ତି।
from Odisha Reporter https://ift.tt/2CASupn
No comments:
Post a Comment