ବିଜେଡି ଛାଡ଼ିଲେ ଦଶପଲ୍ଲା ବିଧାୟକ: କହିଲେ- ଦୁର୍ନୀତିଗ୍ରସ୍ତଙ୍କୁ ମିଳୁଛି ଅଗ୍ରାଧିକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ବିଜେଡି ଛାଡ଼ିଲେ ଦଶପଲ୍ଲା ବିଧାୟକ: କହିଲେ- ଦୁର୍ନୀତିଗ୍ରସ୍ତଙ୍କୁ ମିଳୁଛି ଅଗ୍ରାଧିକାର

nayagarh

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଟିକେଟ୍ ନ ମିଳିବାରୁ ବିଜେଡି ଛାଡ଼ିଲେ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ। ସେ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପୂର୍ଣ୍ଣଚନ୍ଦ୍ର ପଠାଇଥିବା ଇସ୍ତଫାପତ୍ରରେ ତାଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର କିଛି ମୁଷ୍ଟିମେୟ ଲୋକଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁ ତାଙ୍କୁ ଚଳିତ ନିର୍ବାଚନ ପାଇଁ ଟିକେଟ୍ ମିଳିଲାନି ବୋଲି ସେ ଏଥିରେ ଲେଖିଛନ୍ତି।

ସେ ଲେଖିଛନ୍ତି, ଟିକେଟ୍ କଟିଗଲା ବୋଲି ଦୁଃଖ ଲାଗିଲାନି। ଦୁଃଖ ଲାଗିଲା, ଏହି ନିର୍ବାଚନମଣ୍ଡଳୀର ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କୁ ଅବହେଳା କରାଗଲା। ଏଠାରୁ ଏମିତି ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଇଛି ଯିଏ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କର ୭ କୋଟି ୩୨ଲକ୍ଷ ୫୪୨ ଟଙ୍କା ଆତ୍ମସାତ୍ କରିଛନ୍ତି।

ପୂର୍ଣ୍ଣଚନ୍ଦ୍ର ତାଙ୍କ ଅସନ୍ତୋଷ ବ୍ୟକ୍ତ କରି ଲେଖିଛନ୍ତି,“ଦଳରେ ବର୍ତ୍ତମାନ ଦୁର୍ନତିମୁକ୍ତ ଅପେକ୍ଷା ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯାଉଛି। ମୁଁ ମୋ ଜୀବନରେ ଭୁଲ୍ ଲୋକଙ୍କୁ କେବେ ମଧ୍ୟ ସମର୍ଥନ ଦେଇ ପାରିବି ନାହିଁ। ଏଣୁ ମୁଁ ବିଜେଡିର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଉଛି।”

ପୂର୍ଣ୍ଣଚନ୍ଦ୍ରଙ୍କ ବାପା ସାହେବ ନାୟକ ମଧ୍ୟ ଦଶପଲ୍ଲାରୁ ବିଧାୟକ ଥିଲେ। ସେ କଂଗ୍ରେସ ଟିକେଟ୍‌ରେ ଏଠାରୁ ଜିତିଥିଲେ।

ସୂଚନାଯୋଗ୍ୟ, ବିଜେଡି ଏଥର ଦଶପଲ୍ଲାରୁ ରମେଶ ବେହେରାଙ୍କୁ ପ୍ରାର୍ଥୀ କରିଛି।



from Odisha Reporter https://ift.tt/2FixHr4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages