
ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟବାତୀ ୨୦୧୯ ନିର୍ବାଚନ ଲଢ଼ିବେନାହିଁ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, ଶାସକ ଦଳ ବିଜେପିର ପ୍ରଭାବକୁ ପ୍ରତିହତ କରିବା ପାଇଁ ଗଠନ କରାଯାଇଥିବା ମେଣ୍ଟ ଉପରେ ସେ ଅଧିକ ଧ୍ୟାନ ଦେବେ।
ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ମେଣ୍ଟ ଭଲ ପ୍ରଦର୍ଶନ କରୁଛି। ମୁଁ ଯଦି ଚାହିଁବି ପରେ କୌଣସି ଆସନ ଖାଲି କରାଇ ଲଢ଼ିପାରିବି। କିନ୍ତୁ ଦେଶ ଏବଂ ଲୋକଙ୍କ ହିତ ପାଇଁ ମୁଁ ଏଥର ନିର୍ବାଚନ ଲଢ଼ୁନି।”
ମାୟାବତୀ ଦେଶର ପ୍ରମୁଖ ଦଳିତ ନେତା ଏବଂ ଉତ୍ତରପ୍ରଦେଶରୁ ୪ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରୁ ସର୍ବାଧିକ ସାଂସଦ ପ୍ରତିନିଧିତ୍ୱ କରନ୍ତି।
ତାଙ୍କ ଦଳ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିଛି। ବିଜେପି ବିରୋଧରେ ଏହି ମେଣ୍ଟ କରାଯାଇଥିବା କୁହାଯାଉଥିବାବେଳେ କଂଗ୍ରେସକୁ ୨ଟି ଆସନ ଛଡ଼ାଯାଇଛି।
ସାଧାରଣ ନିର୍ବାଚନ ଆସନ୍ତା ଏପ୍ରିଲ ୧୧ରୁ ଆରମ୍ଭ ହୋଇ ମେ ୧୯ ଯାଏ ଚାଲୁ ରହିବ।
from Odisha Reporter https://ift.tt/2Oey2PM
No comments:
Post a Comment