ଏଥର ସମରରେ ଟ୍ରାଏ କରନ୍ତୁ ପ୍ଲାଜୋ ସେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଏଥର ସମରରେ ଟ୍ରାଏ କରନ୍ତୁ ପ୍ଲାଜୋ ସେଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଖରା ଦିନେ ଘରୁ ବାହାରକୁ ବାହାରିଲେ ଟାଇଟ ଜିନ୍ସ ପରି ଡ୍ରେସ ବଦଳରେ କିଛି ହାଲକାପୁଲକା ପିନ୍ଧିବାକୁ ଇଚ୍ଛା ହୁଏ। ତେଣୁ ଯଦି ଆପଣ କମ୍ପର୍ଟେବଲ ଲୁକ୍‌ ସହ କିଛି ଲମ୍ୱା ପିନ୍ଧିବାକୁ ପସନ୍ଦ କରନ୍ତି, ତେବେ ପ୍ଲାଜୋ ସେଟ୍‌ ଏହି ସିଜିନ୍‌ରେ ପ୍ରିଫର କରିପାରିବେ। ଏହା ପରି ଡ୍ରେସରେ ଆପଣଙ୍କ ଲୁକ୍‌ ଟ୍ରେଣ୍ଡି ସହ ଷ୍ଟାଇଲସ୍‌ ମଧ୍ୟ ଲାଗିଥାଏ। ଖରା ଦିନେ ସାଧାରଣତଃ କଟନ୍‌ ଫ୍ୟାବ୍ରିକ୍‌ର ଡିମାଣ୍ଡ ବେଶି। କଲେଜ ତଥା ଅଫିସ ଯାଉଥିବା ଯୁବତୀ ଓ ମହିଳାମାନେ ଏହାକୁ ବେଶି ପସନ୍ଦ କରିଥାନ୍ତି।

କିଛି ଦିନ ପୂର୍ବରୁ ଜାହ୍ନବୀ କପୁର ପିଙ୍କ କୁର୍ତ୍ତି ଆଉ ପ୍ଲାଜୋ ସେଟ୍‌ରେ ବମ୍ବେ ଏୟାରପୋର୍ଟରେ ସ୍ପଟ୍‌ ହୋଇଥିଲେ। ବାରଣାସୀରେ ନିଜ ଜନ୍ମଦିନ ପାଳନ ପରେ  ଫେରୁଥିବା ବେଳେ ଏପରି ଲୁକ୍‌ରେ ବେଶ୍‌ କ୍ୟୁଟ୍‌ ଲାଗୁଥିଲେ ଜାହ୍ନବୀ। ତେଣୁ ଆପଣମାନେ ମଧ୍ୟ ଖରା ଦିନେ ଏପରି ଆଉଟଫିଟ୍‌ ପସନ୍ଦ କରିପାରିବେ। ଏହା ଆଜିକାଲି ପ୍ୟାଶନରେ ପରିଣତ ହେବା ସହ ବଜେଟ୍ ମଧ୍ୟ ପକେଟ୍‌କୁ ସୁହାଇଲା ଭଳି ରହୁଛି । ଏଭଳି କିଛି ପ୍ଲାଜୋ ସେଟ୍‌ ସମ୍ପର୍କରେ ଆସନ୍ତୁ ଆଜି ଜାଣିବା।

୧-ଟ୍ରେଣ୍ଡି ପିଙ୍କ କୁର୍ତ୍ତି ଆଉ ପ୍ଲାଜୋ ସେଟ୍‌ ଏବର୍ଷ ଖରା ଦିନେ ଆପଣଙ୍କୁ ପରଫେକ୍ଟ ଲୁକ୍‌ ଦେଇପାରେ। ଏଥିରେ ଆପଣ କମ୍ପର୍ଟେବଲ ଅନୁଭବ କରିବା ସହ ଅନ୍ୟମାନଙ୍କଠାରୁ ଭିନ୍ନ ମଧ୍ୟ ବାରି ହୋଇପଡିବେ। ଏହାର ବହୁ ଅପସନ୍ ବଜାରରେ ଉପଲବ୍ଧ ହେଉଥିବା ବେଳେ ଦାମ ମଧ୍ୟ ଅଧକ ନୁହେଁ। ୧୦୦୦ ଟଙ୍କା ମଧ୍ୟରେ ଭଲ ପ୍ଲାଜୋ ସେଟ୍‌  ସଫିଂ ମଲ୍‌ରେ ମିଳିଯାଉଥିବାରୁ  ଯୁବତୀ ଓ ମହିଳାମାନେ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି।

 

୨-ବର୍ତ୍ତମାନ ଫ୍ଲୋରାଲ ପ୍ରିଣ୍ଟର ଟ୍ରେଣ୍ଡ ଚାଲୁଥିବାରୁ ଯେକୌଣସି ଡିଜାଇନର ଡ୍ରେସ, ଶାଢିରେ ମଧ୍ୟ ଏହା ଆପଣଙ୍କୁ କ୍ଲାସିକ ଲୁକ୍‌ ଦେଇଥାଏ। ଏ ବର୍ଷ ଖରା ଦିନେ ଫ୍ଲୋରାଲ ପ୍ଲାଜୋ ସେଟ୍‌ର ଡିମାଣ୍ଡ ଅଧିକ ରହିଛି।

୩- ଫ୍ଲୋରାଲ ପ୍ରିଣ୍ଟ ପ୍ଲାଜୋ ସାଙ୍ଗକୁ ବ୍ରାଇଟ ଫିଙ୍କ କୁର୍ତ୍ତି ଏଥର ସମରରେ ଆପଣ ଟ୍ରାଏ କରି ପାରିବେ। ଆପଣଙ୍କ ପର୍ସନାଲିଟିକୁ ମ୍ୟାଚ କରୁଥିବା ଭଳି ସିମ୍ପଲ୍‌ କିମ୍ବା କିଛି ଷ୍ଟାଇଲିଶ୍‌ କୁର୍ତ୍ତି ମଧ୍ୟ ଆପଣ ପ୍ରିଫର କରିପାରିବେ।

୪- ଯଦି ଆପଣ ମ୍ୟାରେଜ, ବାର୍ଥ ଡେ ପାର୍ଟି କିମ୍ବା ଆଉ କିଛି ଫଙ୍କସନକୁ ଯାଉଛନ୍ତି, ତେବେ ରେଗୁଲାର ସାଲୱାର ସୁଟ୍‌ ବଦଳରେ ପ୍ଲାଜୋ ସେଟ୍‌ ଟ୍ରାଏ କରିପାରିବେ। ଏହି ସମୟରେ ପିଙ୍କ କଲର କୁର୍ତ୍ତିରେ ଗୋଲଡେନ କାମ, ଆଉ ଦୁପଟା ମ୍ୟାଚ କରିବାକୁ ଭୁଲନ୍ତୁ ନାହିଁ। ଏପରି ସେଟ୍‌ ମାର୍କେଟରେ ୩ ହଜାର ଟଙ୍କା ମଧ୍ୟରେ ମିଳିଯାଉଛି।



from Odisha Reporter https://ift.tt/2STeIIx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages