ସାବଧାନ! ସିଂହଦ୍ୱାର ଏବେ ସଂପୂର୍ଣ୍ଣ ‘ନୋ ପାର୍କିଂ ଜୋନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ସାବଧାନ! ସିଂହଦ୍ୱାର ଏବେ ସଂପୂର୍ଣ୍ଣ ‘ନୋ ପାର୍କିଂ ଜୋନ୍‌’

puri

ପୁରୀ (ମଧୁସୂଦନ ମିଶ୍ର): ପୁରୀରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି। ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଟ୍ରାଫିକ୍‌ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ସିଂହଦ୍ୱାରକୁ ସମ୍ପୂର୍ଣ୍ଣ ନୋ ପାର୍କିଂ ଜୋନ୍‌ ଏବଂ ନୋ ବେଗିଂ ଜୋନ୍‌ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ସିଂହଦ୍ୱାର ସମ୍ମୁଖରେ ଥିବା ସମସ୍ତ ଉଠାଦୋକାନୀଙ୍କୁ ଉଠାଇ ଦିଆଯିବା ସହ ଚାରିଚକିଆ ଓ ଦୁଇଚକିଆ ଯାନ ପାର୍କିଂକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଛି। ସିଂହଦ୍ୱାର ସାମ୍ନାରୁ ଭିଡ଼କୁ କିପରି ନିୟନ୍ତ୍ରଣ କରାଯାଇପାରିବ, ତା’ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହାସହ ୨୪ ଘଣ୍ଟିଆ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି।

ବିଶେଷ କରି ଯେତେବେଳ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀମନ୍ଦିରକୁ ଯିବାଆସିବା କରୁଛନ୍ତି, ସେ ପର୍ଯ୍ୟନ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ କହିଛନ୍ତି।

ସେପଟେ ପୂର୍ବରୁ ଘୋଷଣା ହୋଇଥିବା ନୋ ବେଗିଂ ଜୋନ୍‌କୁ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସିଂହଦ୍ୱାର ସାମ୍ନାରେ ଭିକ୍ଷାବୃତ୍ତି କରୁଥିବା ଭିକ୍ଷୁକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।

ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ନୋ ପାର୍କିଂ ଏବଂ ନୋ ବେଗିଂ ଜୋନ୍‌ ଘୋଷଣା ହୋଇଥିବାରୁ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ସେବାୟତ ଓ ପର୍ଯ୍ୟଟକ ସ୍ୱାଗତ କରିଛନ୍ତି।



from Odisha Reporter https://ift.tt/2HbmKeD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages