ବଲ୍ ଗ୍ରାଉଣ୍ଡରେ ଟଚ୍ କରିବା ସତ୍ତ୍ୱେ ଧୋନି କଲେ ଅପିଲ୍, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ବଲ୍ ଗ୍ରାଉଣ୍ଡରେ ଟଚ୍ କରିବା ସତ୍ତ୍ୱେ ଧୋନି କଲେ ଅପିଲ୍, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ନିଜର ସଠିକ୍ ନିଷ୍ପତ୍ତି ପାଇଁ ପରିଚିତ ୱିକେଟକିପର ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ଏଭଳି ଏକ ଭୁଲ୍ ହୋଇଛି, ଯାହାକୁ ସହଜରେ ବିଶ୍ୱାସ କରିହେବ ନାହିଁ । ଶନିବାର ହାଇଦ୍ରାବାଦରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଧୋନିଙ୍କ ଦ୍ୱାରା କରାଯାଇଥିବା ଏକ ଭୁଲ୍ ଅପିଲର ଭିଡିଓ ଭାଇରାଲ୍ ହୋଇଛି ।

୧୯ତମ ଓଭରରେ କେଦାର ଯାଦବଙ୍କ ବଲରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାର୍କସ ଷ୍ଟୋଇନିସ୍ ଷ୍ଟ୍ରେଟ୍ ଭ୍ରାଇଭ୍ ଖେଳିଥିଲେ । ଏହାକୁ ମଧ୍ୟ ଯାଦବ ସହଜରେ କ୍ୟାଚ୍ କରିନେଇଥିଲେ । ଯାଦବ କ୍ୟାଚ୍ ଧରିବା ମାତ୍ରକେ ୱିକେଟ୍ ପଛରେ କିପିଙ୍ଗ୍ କରୁଥିବା ଧୋନି ଅପିଲ୍ କରିବା ଆରମ୍ଭ କରିଦେଇଥିଲେ। ଧୋନିଙ୍କୁ ଦେଖି ଯାଦବ ମଧ୍ୟ ଅପିଲ୍ କରିବାରେ ଲାଗିଲେ । ଏହା ପରେ ଅମ୍ପାୟାର ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ ।

ମୁଖ୍ୟ ଅମ୍ପାୟାର ଲେଗ୍ ଅମ୍ପାୟାରଙ୍କ ନିକଟକୁ ଯାଇ ଆଲୋଚନା କରିଥିଲେ ଏବଂ ଏହାକୁ ଥାର୍ଡ ଅମ୍ପାୟାରଙ୍କ ନିକଟକୁ ପଠାଇଥିଲେ । ରିପ୍ଲେରେ ଦେଖିବାକୁ ମିଳିଥିଲା ଯେ ବଲ୍ ଷ୍ଟୋଇନିସଙ୍କ ବ୍ୟାଟରେ ଲାଗିବା ପରେ ସିଧା ଗ୍ରାଉଣ୍ଡକୁ ଟଚ୍ କରି ଯାଦବଙ୍କୁ ହାତକୁ ଯାଇଥିଲା । ଫଳରେ ଥାର୍ଡ ଅମ୍ପାୟାର ଏହାକୁ ନଟ୍ଆଉଟ୍ ଘୋଷିତ କରିଥିଲେ ।

ତେବେ ଧୋନିଙ୍କ ଦ୍ୱାରା ଏଭଳି ଭୁଲ୍ ଅପିଲକୁ ନେଇ ପ୍ରଶଂସକମାନେ ସୋଶାଲ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି । ଧୋନିଙ୍କ ଦ୍ୱାରା ଏଭଳି ଭୁଲ ଅପିଲକୁ ଜଣେ ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2GUAtGs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages