ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 22, 2019

ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ। ଗତକାଲି ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ନିର୍ବାଚନ ସଂପର୍କିତ ଖବର ସଂଗ୍ରହ କରିବାକୁ ଅସ୍ତରଙ୍ଗ ଯାଇଥିଲେ। ତେବେ ସେଠାରେ କିଛି ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଖବର କାହିଁକି ସଂଗ୍ରହ କରୁଛ କହି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏଥିରେ ସାମ୍ବାଦିକ ଆହତ ହୋଇଛନ୍ତି। ଏହାକୁ ନେଇ ସେ ଅସ୍ତରଙ୍ଗ ଥାନାରେ ଏତଲା ଦେବା ପରେ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୁଲିସ୍‌।



from Odisha Reporter https://ift.tt/2TpNXM9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages