
ଜୟପୁର: ହୋଲି ଖେଳରୁ ମହାଭାରତ। କୋରାପୁଟ ଜିଲ୍ଲା ଜୟପୁରରେ ହୋଲି ଖେଳକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଜୟପୁର ସହରର ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି, ପଥର ମାଡ଼ ଓ ଭଙ୍ଗାରୁଜା ହୋଇଛି।
ଗଣ୍ଡଗୋଳରେ କେତେ ଜଣ ଆହତ ହୋଇଛନ୍ତି। ଗଣ୍ଡଗୋଳ ଆୟତ୍ତ କରିବାକୁ ପୁଲିସ ବ୍ଲାଙ୍କ ଫାୟାରିଂ କରିଥିବା ସୂଚନା ମିଳିଛି। ବ୍ଲାଙ୍କ ଫାୟାରିଂ ପରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇଛି।
from Odisha Reporter https://ift.tt/2OlsJho
No comments:
Post a Comment