
ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଙ୍ଗଳବାର ଆତଙ୍କବାଦୀ ପ୍ରସଙ୍ଗରେ ପାକିସ୍ତାନକୁ ପୁଣି ଧମକାଇଛନ୍ତି। ସେ କହିଛନ୍ତି ଭାରତ ସିଆରପିଏଫ୍ ଯବାନଙ୍କ ଉପରେ ପୁଲ୍ୱାମାଠାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣକୁ କେବେ ମଧ୍ୟ ଭୁଲିବ ନାହିଁ। ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କ ଉପରେ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯିବ।
୮୦ତମ ସିଆରପିଏଫ୍ ବାର୍ଷିକ ଦିବସ ଉପଲକ୍ଷେ ସେ ଉଦ୍ବୋଧନ ଦେଇ କହିଥିଲେ, ଦେଶ ଏହି ଘଟଣାକୁ ପୁଲ୍ୱାମା ଘଟଣାକୁ ଭୁଲିନି ଏବଂ କେବେ ମଧ୍ୟ ଭୁଲିବନାହିଁ। ସମୟ ଏବଂ ଠିକଣା ନିର୍ଦ୍ଧାରଣ କରି ପୁଣି କାର୍ଯ୍ୟାନୁଷ୍ଠାନ ନିଆଯିବ। ତାହା ଆତଙ୍କବାଦୀଙ୍କ ଉପରେ ହେଉ କିମ୍ବା ଯେଉଁମାନେ ଆତଙ୍କବାଦକୁ ସମର୍ଥନ ଜଣାଉଛନ୍ତି।
ଗୁରୁଗ୍ରାମଠାରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, “ଯେତେବେଳେ ମଧ୍ୟ ଆମେ ବୈଠକ କରୁ ଏବଂ କେତେ ବ୍ୟାଟାଲିଅନ୍ କେଉଁଠାକୁ ପଠାଇବାକୁ ଆଲୋଚନା କରୁ, ଆମେ ସବୁ ସମୟରେ କହୁ ସିଆରପିଏଫ୍ଙ୍କୁ ପଠାଯାଉ, କାରଣ ସେମାନେ ବିଶ୍ୱାସଯୋଗ୍ୟ ଏବଂ ସେମାନଙ୍କୁ ପୂର୍ଣ୍ଣ ବିଶ୍ୱାସ କରାଯାଇପାରିବ।”
ଡୋଭାଲ ଏହି ଅବସରରେ ପୁଲ୍ୱାମା ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ୪୦ ଜଣ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସୂଚନାଯୋଗ୍ୟ ଯେ, ଏହି ଆକ୍ରମଣର ୧୨ ଦିନ ପରେ ବାଲାକୋଟ୍ଠାରେ ବଦ୍ଲା ନେଇଥିଲା ଭାରତୀୟ ବାୟୁସେନା। ସେଠାରେ ଥିବା ଆତଙ୍କୀ ଲଞ୍ଚପ୍ୟାଡ୍ ଧ୍ୱଂସ କରିବାପାଇଁ ଭାରତୀୟ ବାୟୁସେନା ଏଲ୍ଓସି ମଧ୍ୟ ଅତିକ୍ରମ କରିବାକୁ ପଛାଇନଥିଲା। ଯଦିଓ ଏହା ଆତଙ୍କୀଙ୍କ ଉପରେ ଆକ୍ରମଣ ଥିଲା, ପାକିସ୍ତାନକୁ କିନ୍ତୁ ଭାରି ବାଧିଥିଲା। ଏହି ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନ ମଧ୍ୟ ପ୍ରତିଆକ୍ରମଣରେ ଯୁଦ୍ଧବିମାନ ପଠାଇଥିଲା କିନ୍ତୁ ଭାରତ ଏହି ଆକ୍ରମଣ ପ୍ରତିହତ କରିବାରେ ସମର୍ଥ ହୋଇଥିଲା।
ବର୍ତ୍ତମାନ ଏନ୍ଡିଏ ଅଜିତ ଡୋଭାଲଙ୍କ ଧମକରୁ ସ୍ପଷ୍ଟ ହୋଇଯାଇଛି ଭାରତ ପୁଣି ସୀମାରେ ଗର୍ଜନ କରିବ। ପୁଲ୍ୱାମା ପାଇଁ ନିଜକୁ ଦାୟୀ କରିଥିବା ଆତଙ୍କୀ ସଂଗଠନ ଜୈଶ୍-ଏ-ମହମ୍ମଦ ଏବଂ ଏହାର ମୁଖ୍ୟ ମାସୁଦ୍ ଆଝାରକୁ ସୁରକ୍ଷା ଦେଉଥିବା ପାକିସ୍ତାନ ବିରୋଧରେ ପୁଣି କାର୍ଯ୍ୟାନୁଷ୍ଠାନ ନିଆଯିବ।
from Odisha Reporter https://ift.tt/2Fb8C1o
No comments:
Post a Comment