
ଆବଶ୍ୟକ ସାମଗ୍ରୀ- ଇଡଲି ବ୍ୟାଟର, ଗାଜର, ଧନିଆ ପତ୍ର, କଟା ଅଦା, ରିଫାଇନ୍ ତେଲ, କଟା ପିଆଜ, ବନ୍ଧା କୋବି, ପୁଦିନା ପତ୍ର, କଞ୍ଚା ଲଙ୍କା, ଲୁଣ।
ପ୍ରସ୍ତୁତି ପ୍ରଣାଳୀ– ଏହି ରେସିପି ତିଆରି କରିବା ଲାଗି ସର୍ବପ୍ରଥମେ ଏକ କାଚ ପାତ୍ରରେ ଇଡଲି ବ୍ୟାଟର ଢାଳନ୍ତୁ। ଏହାପରେ ପିଆଜ, ଗାଜର, ଧନିଆ ପତ୍ର, ପୁଦିନା ପତ୍ର, ଅଦା, କଟା କଞ୍ଚାଲଙ୍କା, ବନ୍ଧା କୋବି ଓ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଆପଣ ଏଥିରେ ଚାଟ୍ ମସଲା ମଧ୍ୟ ପକାଇପାରିବେ। ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶାଇ ସାରିବା ପରେ ଏହାକୁ ୧୫ରୁ ୨୦ ମିନିଟ୍ ଅଲଗା ରଖି ଦିଅନ୍ତୁ। ଯାହାଫଳରେ ଏହା ଭଲ ଭାବେ ଫର୍ମେଟ୍ ହୋଇଯିବ। ବ୍ୟାଟର ଅଧିକ ମୋଟା ହୋଇଯାଇଥିଲେ, ଏଥିରେ ଆପଣ ଅଳ୍ପ ପାଣି ମିଶାଇପାରିବେ।
ଏହାପରେ ପନିୟାରମ ମେକ୍ରରେ ଅଳ୍ପ ରିଫାଇନ୍ ତେଲ ଦିଅନ୍ତୁ। ବ୍ୟାଟର ଢାଳନ୍ତୁ। ଏହି କଣ୍ଟେନରକୁ ଢାଙ୍କୁଣୀରେ ଘୋଡ଼ାଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। କିଛି ସମୟ ପରେ ଏହାକୁ ଲେଉଟାଇ ଅପରପାର୍ଶ୍ୱକୁ ମଧ୍ୟ ସିଝିବାକୁ ଦିଅନ୍ତୁ। ପନିୟାରମ୍ ନ ଫୁଲିବା ଯାଏ ଏହାକୁ ସିଝିବାକୁ ଦିଅନ୍ତୁ। ଛୁରି କିମ୍ବା ଚାମଚରେ ପନିୟାରମ୍କୁ ପ୍ଲେଟ୍କୁ ବାହାର କରି ନିଜ ପସନ୍ଦର ଚଟଣୀ ସହିତ ଖାଆନ୍ତୁ ଓ ଖୁଆନ୍ତୁ।
from Odisha Reporter https://ift.tt/2C0lhU8
No comments:
Post a Comment