ମୁଁ ଏବେ ବିଜେପି ସରକାରର ପୋଷ୍ଟର ବୟ: ମାଲ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ମୁଁ ଏବେ ବିଜେପି ସରକାରର ପୋଷ୍ଟର ବୟ: ମାଲ୍ୟା

ଲଣ୍ଡନ୍:ବିଦେଶ ଫେରାର ହୋଇଯାଇଥିବା ମଦ ସମ୍ରାଟ୍‌ ବିଜୟ ମାଲ୍ୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସାକ୍ଷାତକାରର ପ୍ରତିକ୍ରିୟା ରଖି ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା କହିଛନ୍ତି। ମାଲ୍ୟାଙ୍କଠାରୁ ୧୪ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ନେଇ ମୋଦି ଦେଇଥିବା ମନ୍ତବ୍ୟକୁ ନେଇ ସେ କହିଛନ୍ତି, ମୋଠାରୁ ବ୍ୟାଙ୍କ ଋଣଠାରୁ ଅଧିକ ପରିମାଣର ସମ୍ପତ୍ତି ଜବତ ପରେ ବି ମୋତେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ମୋତେ ଦୋଷୀ ଓ ପଳାତକ କହି ‘ପୋଷ୍ଟର ବୟ’ ରୂପେ ଉପସ୍ଥାପିତ କରୁଛନ୍ତି।

ଚିରାଚରିତ ଭାବରେ ସୋଶାଲ ମିଡିଆରେ ପୋଷ୍ଟ କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ନିଜେ ଦେଇଥିବା ତଥ୍ୟକୁ ଯଦି ହିସାବ କରାଯାଏ ତାହା ମୋ ନାମରେ ଅଭିଯୋଗ ଆସିଥିବା ୯୦୦୦ କୋଟି ଟଙ୍କାର ସମ୍ପତ୍ତିଠାରୁ ଯଥେଷ୍ଟ ଅଧିକ। ତେଣୁ ମୋଦିଙ୍କ କଥା ଅନୁଯାୟୀ ମୁଁ ନିର୍ଦ୍ଦୋଷ। ମାଲ୍ୟା ବର୍ତ୍ତମାନ ବ୍ୟାଙ୍କ ଋଣ ଜାଲିଆତି ଏବଂ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ। ବର୍ତ୍ତମାନ ତାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ପ୍ରୟାସ ଜାରି ରହିଛି।

ପ୍ରଧାନମନ୍ତ୍ରୀ ମୋଦି ଗତ କିଛ ଦିନ ତଳେ ରିପବ୍ଲିକ୍‌ ଟିଭିକୁ ଏକ ସାକ୍ଷାତକାର ଦେଇ ମାଲ୍ୟାଙ୍କ ପ୍ରସଙ୍ଗ ଉଠାଇଥିଲେ ଏବଂ ତାଙ୍କ ସରକାରର ସଫଳତା ବିଷୟରେ ବୟାନ ରଖିଥିଲେ। ମାଲ୍ୟା କହିଛନ୍ତି, ମୋଦି ମୋ ନାମ ନେବା ସହିତ କହିଥିଲେ ଯଦିଓ ମାଲ୍ୟା ବ୍ୟାଙ୍କ ମାନଙ୍କଠାରୁ ୯ ହଜାର କୋଟି ଟଙ୍କା ଋଣ ନେଇଛନ୍ତି ତାଙ୍କ ସରକାରୀ ୧୪ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି। ଏବେ ଯେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କଠାରୁ ସେହି ପରିମାଣର ସମ୍ପତ୍ତି ଅସୁଲ କରିସାରିଛନ୍ତି, ତାହାଲେ ବିଜେପି ମୁଖପାତ୍ର ମୋ ବିଷୟରେ ବୟାନବାଜି କାହିଁକି କରୁଛନ୍ତି। ୧୯୯୨ ମସିହାରୁ ମୁଁ ଲଣ୍ଡନରେ ରହୁଛି ମୋତେ ପଳାତକ କହିବା କ’ଣ ଠିକ୍‌ ହେଉଛି।

ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାଲ୍ୟାଙ୍କ କମ୍ପାନୀର ଶେୟାର ଜବତ କରିଥିଲା। ଏହି ସବୁ ଶେୟାର ୟେସ୍‌ ବ୍ୟାଙ୍କ ପାଖରେ ଥିଲା। ଏହା ପୂର୍ବରୁ ମଧ୍ୟ ମାଲ୍ୟାଙ୍କର ବହୁମୂଲ୍ୟର ସମ୍ପତ୍ତି ଜବତ ସରିଛି। ବିଜୟ ମାଲ୍ୟାଙ୍କୁ ଲଣ୍ଡନ୍‌ରୁ ଫେରାଇଆଣିବା ପାଇଁ ବର୍ତ୍ତମାନ ସେଠାକାର ଏକ କୋର୍ଟରେ ମାମଲା ଚାଲୁ ରହିଛି।



from Odisha Reporter https://ift.tt/2HZllY0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages