ଫେଲ୍ ମାରିଲା ବିଜେଡିର ‘ମହିଳା କାର୍ଡ’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ଫେଲ୍ ମାରିଲା ବିଜେଡିର ‘ମହିଳା କାର୍ଡ’!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡିର ଲୋକଦେଖାଣିଆ ମହିଳା ପ୍ରୀତି ଏବେ ଧରାପଡ଼ି ଯାଇଛି। ଚଳିତ ପଞ୍ଚଦଶ ବିଧାନସଭା ନିର୍ବାଚନରେ ବିଜେଡି ଯେତିକି ମହିଳା ପ୍ରାର୍ଥୀ ଘୋଷଣା କରିଥିଲା ଏବେ ସେତିକି ସଂଖ୍ୟକ ମହିଳାଙ୍କୁ ବି ପ୍ରାର୍ଥୀ କରିବାରେ ଦଳ ସକ୍ଷମ ହୋଇନି। ଯଦିଓ ଇତିମଧ୍ୟରେ ବିଜେଡି ୧୨୮ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି, କିନ୍ତୁ ସେଥିରେ ମାତ୍ର ୧୪ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ବିଜେପୁର ବିଧାୟକ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ମିଶାଇଲେ ବିଜେଡି ୨୦୧୪ ନିର୍ବାଚନରେ ମୋଟ ୧୫ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା।

ମହିଳା ଭୋଟରଙ୍କ ମନ ଜିଣି ନିର୍ବାଚନୀ ସଫଳତା ପାଇବା ଲକ୍ଷ୍ୟରେ ବିଜେଡି ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ପ୍ରସଙ୍ଗ ଉଠାଇ ସଂକଳ୍ପ ପ୍ରସ୍ତାବ ଗୃହୀତ କରିବା ଓ ବିଭିନ୍ନ ରାଜନୀତିକ ଦଳର ସମର୍ଥନ ଲୋଡ଼ିବା ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମାବେଶ କରିବା ଭଳି ଗୋଟିଚାଳନା କରିଥିଲା। କିନ୍ତୁ ବିଧାନସଭାରେ ଦଳ ଯେଉଁ ହାରରେ ମହିଳାଙ୍କୁ ପ୍ରାର୍ଥୀ କରିଛି ତାହା ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି। ବିଧାନସଭା ପାଇଁ ବିଜେଡି ୫ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରି ଏପର୍ଯ୍ୟନ୍ତ ମୋଟ ୧୨୮ଜଣ ପ୍ରାର୍ଥୀଙ୍କ ନାଁ ଜାରି କରିଛି। ସେଥିରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ମାତ୍ର ୧୪। ସେମାନେ ହେଲେ ପଦ୍ମିନୀ ଦିଆନ୍, ଉଷା ଦେବୀ, କଲ୍ୟାଣୀ ଗଜପତି, ପୂର୍ଣ୍ଣବାସୀ ନାଏକ, ମଞ୍ଜୁଳା ସ୍ୱାଇଁ, ଲତିକା ପ୍ରଧାନ, ନନ୍ଦିନୀ ଦେବୀ, କେକେ. ସୂର୍ଯ୍ୟମଣି ବୈଦ୍ୟ, ରାସେଶ୍ୱରୀ ପାଣିଗ୍ରାହୀ, ଟୁକୁନି ସାହୁ, ସୀମାରାଣୀ ନାୟକ, ବାସନ୍ତୀ ହେମ୍ବ୍ରମ୍ , ରୀନା ତନ୍ତୀ ଓ ପ୍ରମିଳା ମଲ୍ଲିକ।

ମହିଳା ଆରକ୍ଷଣର ଲୋକଦେଖାଣିଆ ପ୍ରଚାର କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ବିଭିନ୍ନ ଫୋରମକୁ ଉପଯୋଗ କରୁଥିଲେ ମଧ୍ୟ କଂଗ୍ରେସ ଓ ବିଜେପି ସେଭଳି ପ୍ରଚାରପ୍ରସାର ନକରି ଚିରାଚରିତ ଶୈଳୀରେ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ପ୍ରୟାସ କରିଛନ୍ତି।

ଇତିମଧ୍ୟରେ ବିଜେପି ବିଧାନସଭା ପାଇଁ ମୋଟ ୧୩୧ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କିରଥିବାବେଳେ ସେଥିରେ ୧୦ଜଣ ମହିଳା ଅଛନ୍ତି। ୨୦୦୯ ମସିହାରେ ଦଳ ୧୧ଜଣ ମହିଳାଙ୍କୁ ବିଧାନସଭାରେ ପ୍ରାର୍ଥୀ କରିଥିଲା। ସେହିପରି କଂଗ୍ରେସ ଏବେସୁଦ୍ଧା ମୋଟ ୧୧୨ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ସେଥିରେ ୧୦ଜଣ ମହିଳା ଅଛନ୍ତି।

ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦାବି କରୁଥିବା ବିଜେଡି ନିଜେ ମାତ୍ର ୧୦ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛି, ଯାହାକି ଦଳର ମହିଳା ପ୍ରୀତିକୁ ପଦାରେ ପକାଇଛି। ଅବଶ୍ୟ ଅନ୍ୟ ଦଳ ତୁଳନାରେ ବିଜେଡି ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିଛି କିନ୍ତୁ ଗତଥର ତୁଳନାରେ କମ୍ ସଂଖ୍ୟକ ମହିଳା ପ୍ରାର୍ଥୀ ଦେଇଛି। ତେବେ ଲୋକସଭା ପ୍ରାର୍ଥୀ ଭାବେ ଦଳ ପୂର୍ବ ତୁଳନାରେ ଅଧିକ ସଂଖ୍ୟକ ମହିଳାଙ୍କୁ ମଇଦାନକୁ ଓହ୍ଲାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ବୃଦ୍ଧା ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରି ଏସଏଚଜି ଭୋଟଗୁଡ଼ିକୁ ହାତେଇବାକୁ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ମଧ୍ୟ ଫଳପ୍ରଦ ହେବାଭଳି ଲାଗୁନି।

ତେଣୁ ବିଜେଡିର ମହିଳା କାର୍ଡ ଏବେ ଦଳ ପାଇଁ ନିର୍ବାଚନ ସମୟରେ ବୁମେରାଂ ସାବ୍ୟସ୍ତ ହେବାର ଆଶଙ୍କା ରହିଛି।



from Odisha Reporter https://ift.tt/2HQhbme

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages