“ବିରୋଧୀ ବାୟୁସେନାର ନୈତିକତା ଧ୍ୱଂସ କରିବାରେ ଲାଗିଛନ୍ତି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

“ବିରୋଧୀ ବାୟୁସେନାର ନୈତିକତା ଧ୍ୱଂସ କରିବାରେ ଲାଗିଛନ୍ତି”

ପାଟନା: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ମୋଦି ଆତଙ୍କବାଦ ଦୂରେଇବାକୁ ଚାହୁଁଥିବାବେଳେ ବିରୋଧୀ ତାଙ୍କଠାରୁ ହିଁ ଦୂରେଇବାକୁ ଚାହୁଁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ମୋଦିଙ୍କୁ ଗାଳି କରିବା ବ୍ୟତୀତ ବିରୋଧୀଙ୍କ ପାଖରେ ଆଉ କିଛି କାମ ନାହିଁ। ମୁଁ ସେମାନଙ୍କୁ କହିଥିଲି ଆତଙ୍କବାଦ ବିରୋଧରେ ହାତ ମିଳାଇବା ପାଇଁ। ଆତଙ୍କବାଦର ନିପାତ ହେବା କ’ଣ ଜରୁରୀ ନୁହେଁ? ମୁଁ କହିଲି ଆତଙ୍କବାଦ ଦୂରେଇବାକୁ ହେବ, ଗରିବୀ ଦୂରେଇବାକୁ ହେବ, କଳାଧନ ଦୂରେଇବାକୁ ହେବ, କିନ୍ତୁ ସେମାନେ ମୋଦିଠାରୁ ହିଁ ଦୂରେଇଗଲେ। ମୁଁ ସମସ୍ତଙ୍କୁ ଆହ୍ୱାନ କରୁଛି ଯୁବକଙ୍କ ପାଇଁ ନୂଆ ଭବିଷ୍ୟତ ତିଆରିବାରେ ଏକାଠି ହେବାପାଇଁ ଏବଂ ଦେଶକୁ ଅପପୁଷ୍ଟିଠାରୁ ବଞ୍ଚାଇବା ପାଇଁ।”

ପ୍ରାୟ ୧୦ ବର୍ଷ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ ସଂକଳ୍ପ ରାଲି ମଞ୍ଚରେ ବସିଥିବା ମୋଦି ଏହି ଅବସରରେ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ନେଇ କଂଗ୍ରେସକୁ ଟାର୍ଗେଟ୍‌ କରିଥିଲେ।

ଏୟାର ଷ୍ଟ୍ରାଇକ୍‌ର ସତ୍ୟତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଉଥିବା ବାବଦରେ ସେ କହିଛନ୍ତି, ସେମାନେ ପ୍ରଥମେ ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ପ୍ରଶ୍ନ ଉଠାଇଥିଲେ। ଏବେ ଏୟାର ଫୋର୍ସର ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଛନ୍ତି। କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନେ ବାୟୁସେନାର ନୈତିକତା ଧ୍ୱଂସ କରିବା ପଛରେ କାହିଁକି ପଡ଼ିଛନ୍ତି?

ଆତଙ୍କବାଦ ବିରୋଧରେ ଏକତା ଦେଖାଇବାର ସମୟରେ ୨୧ଟି ବିରୋଧୀ ଦଳ ଏକାଠି ହୋଇ କେନ୍ଦ୍ର ସରକାର ନେଥିବା ପଦକ୍ଷେପକୁ ନିନ୍ଦା କରିବାକୁ ବାହାରିଛନ୍ତି। ସେ ଏହି ପ୍ରସଙ୍ଗରେ କହିଛନ୍ତି, “ଆପଣମାନେ ସମସ୍ତେ ଦେଖିଛନ୍ତି ଆମ ସେନା ଯେତେବେଳେ ଜୀବନକୁ ପାଣି ଛଡ଼ାଇ ଶତ୍ରୁ ସହିତ ସୀମା ଭିତରେ ଏବଂ ବାହାରେ ଲଢ଼ୁଛନ୍ତି, ସେମାନଙ୍କ ମନୋବଳ ବଢ଼ାଇବା ଛାଡ଼ି ରାଜନୀତିକ ଦଳମାନେ ଏଭଳି କାମ ସବୁ କରୁଛନ୍ତି ଯାହାକି ଶତ୍ରୁଙ୍କୁ ଖୁସି କରାଉଛି।”

ସେ କହିଥିଲେ, ଏହା ହେଉଛି ନୂଆ ନୀତି ସହିତ ନୂଆ ଭାରତ।ବୀର ଯବାନଙ୍କର ବଳିଦାନକୁ ନେଇ ନୂଆ ଭାରତ ଚୁପ୍‌ ବସିବନି। ବିରୋଧୀ ଚୌକିଦାରଙ୍କୁ ଗାଳି କରିବା ଆରମ୍ଭ କରିଦେଇଛନ୍ତି, କିନ୍ତୁ ଆପଣମାନଙ୍କ ଚୌକିଦାର ସତର୍କ ରହିଛି।

୨୦୦୯ ମସିହା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୋଟିଏ ମଞ୍ଚରେ ବସିଥିଲେ। ସେମାନେ ଶେଷ ଥର ପାଇଁ ୨୦୦୯ ଲୋକସଭା ପୂର୍ବରୁ ଲୁଧିଆନାଠାରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇଥିଲେ। ଆଜି ପୂର୍ବରୁ ମୋଦି ଗତ ଫେବୃଆରୀ ୧୭ ତାରିଖରେ ବିହାର ଗସ୍ତ କରିଥିଲେ।



from Odisha Reporter https://ift.tt/2EuR9k7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages