
ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ଜବାବରେ ଭାରତୀୟ ବାୟୁସେନା ଦ୍ୱାରା ପାକ୍ର ବାଲାକୋଟ୍ରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍ ଉପରେ ପୂରା ଦେଶ ଗର୍ବ ଅନୁଭବ କରେ। ଏପରିକି ବଲିଉଡ୍ର ସେଲେବ୍ରିଟିମାନେ ଟ୍ୱିଟର ଜରିଆରେ ସେନାର ବାହାଦୁରିକୁ ସଲାମ୍ କରିଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଇଣ୍ଡିଆନ୍ ଏୟାରଫୋର୍ସ ସପକ୍ଷରେ ଟ୍ୱିଟ୍ କରି ତାଙ୍କୁ ଆତ୍ମବିଶ୍ୱାସ ବଢ଼ାଇବା ସହ ଜୟ ହିନ୍ଦ ଲେଖିଥିଲେ। ହେଲେ ପାକିସ୍ତାନ୍କୁ ଏହା ହଜମ ହେଲା ନାହିଁ। ପାକିସ୍ତାନ ପ୍ରିୟଙ୍କାଙ୍କୁ UNICEFର ଗୁଡ ୱିଲ୍ ଆମ୍ବାସାଡରରୁ ହଟାଇବା ଲାଗି ଅନ୍ଲାଇନ୍ ପିଟିସନ୍ ଦାଖଲ କରିଛି।
ପିଟିସନ୍ରେ ଲେଖାଯାଇଛି, ‘ଦୁଇ ଦେଶ ମଧ୍ୟରେ ଯଦି ନ୍ୟୁକ୍ଲିୟର ଯୁଦ୍ଧ ହୁଏ ତେବେ ଏଥିରେ କେବଳ କ୍ଷତି ହିଁ ହେବ। UNICEFର ବ୍ରାଣ୍ଡ ଆମ୍ବାସାଡର ଦୃଷ୍ଟିରୁ ପ୍ରିୟଙ୍କା ଚୋପ୍ରାଙ୍କୁ ଇଣ୍ଡିଆନ୍ ଏୟାରଫୋର୍ସ ସପକ୍ଷରେ ଟ୍ୱିଟ୍ କରିବା ଉଚିତ୍ ନଥିଲା। ଅଭିନେତ୍ରୀ ଶାନ୍ତି ଓ ନିରପେକ୍ଷତାର ପରିଚୟ ଦେବା ଆବଶ୍ୟକ ଥିଲା। ତାଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟ୍ UNICEFର ବ୍ରାଣ୍ଡ ଆମ୍ବାସାଡର ହେବା ଦୃଷ୍ଟିରୁ ଭୁଲ୍ ଓ ସେ ଏହି ପଦ ପାଇଁ ୟୋଗ୍ୟ ନୁହଁନ୍ତି।’
ସୂଚନା ଥାଉ ଯେ, ଗତ ଫେବୃଆରୀ ୧୪ରେ ହୋଇଥିବା ପୁଲୱାମା ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଥିଲା। ଏହି ଆକ୍ରମଣରେ ୪୦ଜଣ ସିଆରପିଏଫ୍ ଯବାନ୍ ଶହିଦ୍ ହୋଇଥିଲେ। ତେବେ ଏହାର ପ୍ରତିଶୋଧ ନେବା ଲାଗି ଭାରତୀୟ ବାୟୁସେନା ଫେବୃଆରୀ ୨୬ ତାରିଖରେ ପାକ୍ ଅଧୀକୃତ କାଶ୍ମୀରରେ ଥିବା ଜୈଶ-ଏ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ଏଥିରେ ପ୍ରାୟ ୨୦୦ ରୁ ୩୦୦ ଆତଙ୍କବାଦୀ ନିପାତ ହୋଇଥିବା କୁହାଗଲା। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ପରିସ୍ଥିତିର ପ୍ରଭାବ ଦୁଇ ଦେଶର ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ପଡ଼ିଲା। ଗୋଟେ ପଟେ ଭାରତ ପାକିସ୍ତାନୀ କଳାକାରଙ୍କ ବହିଷ୍କାର କରିଥିବାବେଳେ ଅନ୍ୟପଟେ ପାକିସ୍ତାନ୍ ନିଜ ଦେଶରେ ବଲିଉଡ୍ ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇ ଦେଇଛି।
from Odisha Reporter https://ift.tt/2tMkS32
No comments:
Post a Comment