ଉଡୁଛି ଖବର, ବିଜେଡି ଛାଡ଼ିବେ ରାଜା ସ୍ୱାଇଁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ଉଡୁଛି ଖବର, ବିଜେଡି ଛାଡ଼ିବେ ରାଜା ସ୍ୱାଇଁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ୍‌ ରାଜାଙ୍କୁ ନେଇ ଏବେ ଏମିତି କିଛି ଶୁଣିବାକୁ ମିଳୁଛି, ଯାହା ହୁଏତ ଆଠଗଡ଼ବାସୀଙ୍କ ପାଇଁ ଅପ୍ରତ୍ୟାଶିତ। ସବୁବେଳେ ବିଜେଡି ପାଇଁ ଚର୍ଚ୍ଚାରେ ରହୁଥିବା ରାଜା ଏଥର କୁଆଡେ ବିଜେପିରୁ ନିର୍ବାଚନ ଲଢିପାରନ୍ତି ବୋଲି କିଛି ଅସମର୍ଥୀତ ସୁତ୍ରରୁ ଶୁଣିବାକୁ ମିଳୁଛି। ଏକ ଇଂରାଜୀ ଖବର କାଗଜର ତଥ୍ୟ ମୁତାବକ ରାଜାଙ୍କ ଆସନ ଆଠଗଡ଼ରେ ସମୀକରଣ ପରିବର୍ତ୍ତନର ଆଭାଷ ମିଳୁଛି। ଆଉ ସିଧାସଳଖ କୁହାଯାଉଛି ରାଜା ଏଥର ପଦ୍ମମୁହାଁ ହୋଇଛନ୍ତି।

ଥର୍ଡ ଫ୍ଲୋର ସହ ତିକ୍ତ ସମ୍ପର୍କ ବୋଧହୁଏ ତାଙ୍କ ଟିକେଟ ପାଇବା ଦିଗରେ ବାଧକ ହୋଇଥାଇପାରେ। କିନ୍ତୁ ଏ କଥା ମଧ୍ୟ ଅନସ୍ୱୀକାର୍ଯ୍ୟ ଯେ, ବିଜେଡି ଅନ୍ୟ ଜଣଙ୍କୁ ଆଠଗଡ଼ ଗଡ଼ ସମ୍ଭାଳିବା ପାଇଁ ପ୍ରସ୍ତୁତ କରୁଛି। ସିଧା ସିଧା କହିବାକୁ ଗଲେ ପୁରୀ ଜିଲା କଂଗ୍ରେସର ପୂର୍ବତନ ସଭାପତି ତଥା ଛାତ୍ର ଜନତା ଦଳର ପୂର୍ବ ରାଜ୍ୟ ସଭାପତି ଉମାବଲ୍ଲଭ ରଥ ଏବେ ଆଠଗଡରେ କଂଗ୍ରେସ ସଙ୍ଗଠନ ସଜାଡୁ ଥିଲେ ହେଁ ସେ କୁଆଡେ ସେହି ସ୍ଥାନରୁ ଶଂଖ ଟିକେଟ ପାଇଁ ଥାର୍ଡ ଫ୍ଲୋର ଠିକାଦାରଙ୍କ ସହ ଡିଲ୍‌ କରି ସାରିଛନ୍ତି। ଆଉ ଏହି ସୂଚନା ପାଇବା ପରେ କଟକି ଷଣ୍ଢ ରାଜା ବିଜେପିରେ ତାଙ୍କ ଚେରକୁ ମଜବୁତ୍‌ କରି ଆଠଗଡ଼ରେ ପଦ୍ମ ଫୁଟାଇବାକୁ ପଣ କରିଥିବା ଚର୍ଚ୍ଚା ହେଉଛି।

୯୦ ମସିହା ରାଜନୀତିକୁ ଜାଣିଥିବା ଲୋକେ କହୁଛନ୍ତି ଉମା ଛାତ୍ର ଜୀବନରୁ ଆଠଗଡ଼ ସହର ସହ ଓତଃପ୍ରୋତ ଭାବେ ଜଡିତ। ଏପରିକି ସେତେବେଳେ ସେ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଥିଲେ ହେଁ, ବିଜୁ ବାବୁଙ୍କ ତତ୍କାଳୀନ ଜଣେ ଅବୁଝା ପୁଅଙ୍କ ସହ ଚରମ ତିକ୍ତତା ଯୋଗୁ ଆଠଗଡ଼ ଆସନରୁ ରାଜାଙ୍କୁ ଟିକେଟ ମିଳିଥିଲା ଏବଂ ଏହାକୁ ଚ୍ୟାଲେଞ୍ଜ କରି ଉମା ସେତେବଳେ ବିଦ୍ରୋହୀ ପ୍ରାର୍ଥୀ ସାଜିଥିଲେ।

ଆଠଗଡ଼ ଟାଉନ୍‌ରେ ଲୁଲୁ ରଥ ଭାବେ ପରିଚିତ ଉମା ବେସ୍‌ କିଛି ଦିନ ଧରି ହାତପାର୍ଟି ନାଁରେ ନିଜ ପୁରୁଣା ସଙ୍ଗଠନକୁ ସକ୍ରିୟ କରିଛନ୍ତି। ଏବଂ ଏହା ରଣେନ୍ଦ୍ରଙ୍କ ପାଇଁ ଘାତକ ସାଜିବାର ସମ୍ଭାବନା ରହିଛି। ବେଦାନ୍ତ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇ ରାଜ୍ୟବ୍ୟାପି ରଥଯାତ୍ରା କରିଥିବା ଉମାଙ୍କୁ ନିଜ ପକେଟ୍‌ରେ ରଖିବା ପାଇଁ ଥାର୍ଡ ଫ୍ଲୋର ଗତ ୪ ମାସ ତଳୁ ଏକ ଅଲିଖିତ ବୁଝାମଣା କରିଥିବା ଶୁଣାଯାଉଛି।

ଚର୍ଚ୍ଚା ହେଉଛି, ସେବେଠାରୁ ଉମାଙ୍କ ପାଇଁ ଥାର୍ଡ ଫ୍ଲୋର ତରଫରୁ ଏକ ବିଧିବଦ୍ଧ ପ୍ୟାକେଜ୍‌ ପ୍ରସ୍ତୁତ ହୋଇ ରହିଛି।  ତେବେ ପ୍ୟାରୀମୋହନଙ୍କ ଅମଳରେ ରାଜେଶ ପ୍ରଭାକର ଭାୟା ଚକରା ଓରଫ ରମେଶ ରାଉତ ଦେଇ  ଶକ୍ତ ଝଟ୍‌କା ଖାଇବା ପରେ ବାସ୍ତବ ରାଜନୀତିକୁ ବୁଝିଥିବା ରାଜା ସ୍ୱାଇଁ ସେବେଠାରୁ ପଦ୍ମ ଦଳ ସହ ଭିତିରିଆ ସମ୍ପର୍କ ବଢାଇଥିବା ଶୁଣିବାକୁ ମିଳୁଛି।

ଆଉ ପ୍ୟାରୀଙ୍କ ଭଳି ଏବେ ଥାର୍ଡ ଫ୍ଲୋର ପୁଣି ଝଟ୍‌କା ଦେବା ପୂର୍ବରୁ ବେଳହୁଁ ସାବଧାନ ନୀତିରେ ରାଜା କେଉଁ ମୁହୂର୍ତ୍ତରେ ପଦ୍ମ ଗାଡିଆରେ ବୁଡ ମାରି ପାରନ୍ତି ବୋଲି ଆକଳନ କରାଯାଉଛି। କିନ୍ତୁ ରାଜାଙ୍କ ବିଜେପି ପ୍ରବେଶକୁ ବୁଧବାର ଆଠଗଡ଼ରେ ସାମ୍ବାଦିକ ସମ୍ମିଳନୀ କରି ପଦ୍ମଦଳ ନେତା ବିଭୁତି ମିଶ୍ର ଏକ ମନଗଢା କାହାଣୀ  ବୋଲି କହିଛନ୍ତି।

କେବଳ ରାଜା ନୁହଁନ୍ତି, ବିଜେଡି ଟିକେଟରେ କଟକରୁ ଲଗାଦାର ଜିତି ଆସୁଥିବା ସାଂସଦ ଭର୍ତ୍ତୃହରୀ ମହତାବ ମଧ୍ୟ ବିଜେପି ପ୍ରତି ଢଳୁଥିବା ଚର୍ଚ୍ଚ ହେଉଛି ।



from Odisha Reporter https://ift.tt/2TxugHl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages