ପୃଥ୍ୱୀ ବଲ୍ଲଭଙ୍କୁ ଟିକେଟ: ନିରଞ୍ଜନଙ୍କ ମତ ଉପରେ ସୁରଙ୍କ ଟ୍ୱିଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ପୃଥ୍ୱୀ ବଲ୍ଲଭଙ୍କୁ ଟିକେଟ: ନିରଞ୍ଜନଙ୍କ ମତ ଉପରେ ସୁରଙ୍କ ଟ୍ୱିଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିସାରିଥିବା ବେଳେ ଏବେ ବିଭିନ୍ନ ଦଳର ପ୍ରାର୍ଥୀ ଚୟନ ନେଇ କସରତ ଆରମ୍ଭ ହୋଇଛି। ସବୁ ଦଳରେ ମାଳ ମାଳ ଆଶାୟୀ ଥିବା ବେଳେ ଦଳ ପକ୍ଷରୁ କାହାକୁ ଟିକେଟ ଦିଆଯିବ, ସେନେଇ ଚାଲିଛି ମାନସମନ୍ତନ।

ଏଭଳି ସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼-ବେଗୁନିଆ ନିର୍ବାଚନମଣ୍ଡଳୀର କଂଗ୍ରେସର ପ୍ରାର୍ଥୀ ଚୟନଙ୍କୁ ନେଇ ରାଜନୀତି ରୋଚକ ସ୍ଥିତିରେ ପହଞ୍ଚିଛି। ଉକ୍ତ ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସରୁ ଲଢ଼ିବା ନେଇ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ଏବେ ଟ୍ୱିଷ୍ଟ ଆସିଛି। ଗତକାଲି ପୃଥ୍ୱୀ ବଲ୍ଲଭ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, “ବେଗୁନିଆ-ବୋଲଗଡ଼ରେ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି। ସ୍ଥାନୀୟ କଂଗ୍ରେସ କର୍ମୀ ମତେ ଭଲ ପାଉଛନ୍ତି ଓ ଚାହୁଁଛନ୍ତି ମଧ୍ୟ।”  ପୃଥ୍ୱୀ ବଲ୍ଲଭଙ୍କ ଏହି ମତ ଆସିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ରଖି କହିଥିଲେ “ପୃଥ୍ୱୀବଲ୍ଲଭଙ୍କର ଆଗ୍ରହ ନାହିଁ। ପୃଥ୍ୱୀବଲ୍ଲଭ ମୋତେ ବ୍ୟକ୍ତିଗତ ଭାବେ କହିଛନ୍ତି ଯେ, ତାଙ୍କର ଆଗ୍ରହ ନାହିଁ। ଯଦି ସେ ଚାହିଁବେ, ତା’ହେଲେ ବିଚାର କରାଯିବ।”

ଅନ୍ୟପଟେ ନିରଞ୍ଜନଙ୍କ ମନ୍ତବ୍ୟ ଉପରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଟିପ୍ପଣୀ କରିଛନ୍ତି।  ପୃଥ୍ୱୀ ବଲ୍ଲଭଙ୍କ ଇଚ୍ଛାକୁ ସମର୍ଥନ କରିଛନ୍ତି ସୁର ବାବୁ । ସେ  କହିଛନ୍ତି ଯେ, ପୃଥ୍ୱୀ ବଲ୍ଲଭ ନିଶ୍ଚୟ ଛିଡ଼ା ହେବେ। ସେ ଛିଡ଼ା ହେଲେ ଜିତିବେ ନିଶ୍ଚୟ। ପୃଥ୍ୱୀ ବଲ୍ଲଭ ଲଢ଼ିବେ ବୋଲି ବହୁ ପୂର୍ବରୁ ଘୋଷଣା କରିଛନ୍ତି। ଜାନକୀ ବାବୁ ବଞ୍ଚିଥିଲା ବେଳେ ବେଗୁନିଆରୁ ପୁଅକୁ ଛିଡ଼ା କରିବାକୁ ମତେ ଜାନକୀ କହିଥିଲେ। ମୁଁ ସେହି କଥା ନିରଞ୍ଜନ ବାବୁଙ୍କୁ ମନେ ପକାଇ ଦେଇଥିଲି। ପୃଥ୍ୱୀ ବଲ୍ଲଭ ପ୍ରାର୍ଥୀପତ୍ରକୁ ନେଇ କଂଗ୍ରେସର ଦୁଇ ବରିଷ୍ଟ ନେତାଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟ ଆସିବା ପରେ ବୋଲଗଡ଼ ରାଜନୀତି ଆହୁରୀ ସରଗରମ ହୋଇଛି। ଏଭଳି ସ୍ଥିତିରେ ପୃଥୀବଲ୍ଲଭଙ୍କ ଭାଗ୍ୟ କ’ଣ ହେବ, ତାକୁ ଦେଖିବାକୁ ଅପେକ୍ଷା ।



from Odisha Reporter https://ift.tt/2EVO90j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages