ଲଣ୍ଡନରେ ବୁଲୁଛନ୍ତି ନିରବ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଲଣ୍ଡନରେ ବୁଲୁଛନ୍ତି ନିରବ ମୋଦି

nirav1

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ଋଣ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟ ନିରବ ମୋଦି ଦେଶରୁ ଫେରାର ହୋଇଯାଇଛି। ତାକୁ ଭାରତର ତଦନ୍ତକାରୀ ସଂସ୍ଥାଗୁଡ଼ିକ ଖୋଜୁଛନ୍ତି। କିନ୍ତୁ ସେ ଲଣ୍ଡନରେ ବୁଲୁଛି। ଫେରାର ହେବା ପରଠାରୁ ନିରବ ମୋଦି ପ୍ରଥମ ଥର ପାଇଁ କ୍ୟାମେରାରେ କଏଦ ହୋଇଛି। ସେ ଦାଢ଼ି ବଢ଼ାଇ ଦେଇଛି ଓ ନିର୍ଭୟରେ ଲଣ୍ଡନରେ ବୁଲୁଛି।

ନିରବ ଲଣ୍ଡନରେ ଏକ ଇଂରାଜୀ ଖବରକାଗଜର ସାମ୍ବାଦିକଙ୍କ ନଜରକୁ ଆସିଥିଲେ। ନିରବଙ୍କୁ ରାସ୍ତାରେ ଦେଖି ସାମ୍ବାଦିକ ଜଣଙ୍କ ଅନେକ ପ୍ରଶ୍ନ କରିଥିଲେ। କିନ୍ତୁ ସେ କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ। ପ୍ରତ୍ୟେକ ପ୍ରଶ୍ନ ପରେ ସେ କେବଳ ‘ନୋ କମେଣ୍ଟ’ କହୁଥିଲା।

ନିରବ ମୋଦି ସଂପର୍କରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି କଂଗ୍ରେସ।

ଦଳ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି- ‘ଟେଲିଗ୍ରାଫ୍‌’ର ସାମ୍ବାଦିକମାନେ ନିରବ ମୋଦିକୁ ଠାବ କରିବାରେ ସଫଳ ହୋଇଛନ୍ତି। ମୋଦି ସରକାର କାହିଁକି ତାକୁ ଖୋଜି ପାରିଲେ ନାହିଁ? ମୋଦି କାହାକୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି? ନିଜକୁ, ନିରବ ମୋଦିକୁ ନା ତାକୁ ଦେଶରୁ ଫେରାରେ ହେବାରେ ସାହାଯ୍ୟ କରିଥିବା ଲୋକଙ୍କୁ?

ଭାରତର ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ନୀରବ ମୋଦି ନାଁରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି ହେବା ପରେ ତାକୁ ବ୍ରିଟେନ୍‌ର ଅଧିକାରୀମାନେ ଅସ୍ଥାୟୀ ଭାବେ ଗିରଫ କରିବେ ବୋଲି ଆଶା କରାଯାଉଥିଲା। ତା’ହେଲେ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇପାରି ଥାଆନ୍ତା। କିନ୍ତୁ ବ୍ରିଟେନ୍‌ର ଅଧିକାରୀମାନେ ଏ ଦିଗରେ କୌଣସି ତ୍ୱରିତ ପଦକ୍ଷେପ ନେଉ ନାହାନ୍ତି।



from Odisha Reporter https://ift.tt/2TpNZbz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages