ବିଜୁ ଯୁବ ଜନତା ଦଳର ଉପସଭାପତି ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ବିଜୁ ଯୁବ ଜନତା ଦଳର ଉପସଭାପତି ଗିରଫ

bjd

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସହିଦ ନଗର ଥାନା ଅଧିକାରୀ ଓ ଏଏସ୍ଆଇଙ୍କୁ ମାଡ଼ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ କମିଶନରେଟ୍‌ ପୁଲିସ୍‌ ଗିରଫ କରିଛି। ସେ ବିଜୁ ଯୁବ ଜନତା ଦଳର ଉପସଭାପତି ଅଛନ୍ତି।

ଗତ ୩ ତାରିଖ ରାତିରେ ଥାନା ଭିତରେ ପଶି ବିଜେଡିର କିଛି ନେତା ଓ କର୍ମୀ ପୁଲିସ୍‌କୁ ନିର୍ଧୂମ ପିଟିଥିଲେ। ଭିଏସ୍ଏସ୍‌ନଗରରେ ଏକ କାର୍ ସହ ବାଇକ୍‌ର ଧକ୍କା ହେବା ପରେ ଦୁଇ ଗୋଷ୍ଠୀ ଥାନାରେ ପହଞ୍ଚିଥିଲେ। ଦୁର୍ଘଟଣାଗ୍ରସ୍ତ କାର୍‌ଟି ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କ ଜଣେ ବନ୍ଧୁଙ୍କର ଥିଲା। ପୁଲିସ୍‌ କର୍ମଚାରୀଙ୍କ ସମେତ ପୁଲିସ୍‌ ହେପାଜତରେ ଥିବା ଅନ୍ୟ ୩ ଯୁବକଙ୍କୁ ବିଜେଡି ନେତା ପ୍ରକାଶ ତ୍ରିପାଠୀ ଏବଂ ତାଙ୍କ ସମର୍ଥକ ନିସ୍ତୁକ ମାଡ଼ ମାରିଥିବା ପୋଲିସ୍ କର୍ମଚାରୀ ଅଭିଯୋଗ କରିଥିଲେ।

ଏହି ମାମଲା ପରଠୁ ପ୍ରକାଶ ଫେରାର ଥିଲେ। ତେବେ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ କମିଶନରେଟ୍ ପୁଲିସ୍‌ ଉପରେ ପ୍ରବଳ ଚାପ ପଡ଼ିଥିଲା।

ପୂର୍ବରୁ ଏହି ମାମଲାରେ ବିଜେଡି ଛାତ୍ର ଜନତା ଦଳର ପୂର୍ବତନ ସମ୍ପାଦକ ଅମିତ ଜେନାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି।



from Odisha Reporter https://ift.tt/2IZzoyR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages