
ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଧାମରା ବନ୍ଦରକୁ କାମ କରିବାକୁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବନ୍ଦରର ଫାଟକ ଠାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଥିଲା।
ମୃତ ଶ୍ରମିକଙ୍କ ନାଁ କାର୍ତ୍ତିକ ଭୂୟାଁ। ତାଙ୍କ ଘର ବଳଭଦ୍ରପ୍ରସାଦ ଗାଁରେ ବୋଲି ଜଣାପଡ଼ିଛି।
ଗତକାଲି ବଳଭଦ୍ରଙ୍କର ନାଇଟ୍ ଡ୍ୟୁଟି ଥିଲା। ରାତିରେ ସେ ବନ୍ଦର ଅଭିମୁଖେ ଯାଉଥିବା ବେଳେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଧାମରା ପୁଲିସ୍ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ନେଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ବଳଭଦ୍ରପ୍ରସାଦ ଛକରେ ଆମ୍ବୁଲାନ୍ସ ଓ ମୃତଦେହକୁ ଅଟକ ରଖି ରାସ୍ତାରୋକ କରିଛନ୍ତି। ଧାମରା ପୁଲିସ୍. ଚାନ୍ଦବାଲି ତହସିଲଦାର ଓ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଖବର ଲେଖାଯିବା ସୁଦ୍ଧା ରାସ୍ତାରୋକ ଜାରି ରହିଥିବା ଜଣାପଡ଼ିଛି।
from Odisha Reporter https://ift.tt/2U78f2k
No comments:
Post a Comment