କନ୍ଧମାଳ ଲୋକସଭା ଆସନରେ ତ୍ରିମୁଖୀ ଲଢେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

କନ୍ଧମାଳ ଲୋକସଭା ଆସନରେ ତ୍ରିମୁଖୀ ଲଢେଇ

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଲୋକସଭା ଆସନ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ। ଇତି ମଧ୍ୟରେ ଏହି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ଓ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି ଏବଂ ଚୁଡାନ୍ତ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇଯାଇଛି । ଏହି ଆସନ ପାଇଁ ନିର୍ବାଚନ ମଇଦାନରେ ମୋଟ ୫ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେପି ପ୍ରାର୍ଥୀ ଖାରବେଳ ସ୍ଵାଇଁ, ବିଜେଡ଼ିରୁ ଅଚ୍ୟୁତ ସାମନ୍ତ, କଂଗ୍ରେସରୁ ମନୋଜ ଆଚାର୍ଯ୍ୟ, ବିଏସପିରୁ ଅମିର ନାୟକ ଏବଂ CPI(ML)ରୁ ଟୁନା ମଲ୍ଲିକ ରହିଛନ୍ତି । ସମସ୍ତ ପ୍ରାର୍ଥୀ ଧୀରେ ଧୀରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଲେଣି । ତେବେ ଏହି ଆସନ ପାଇଁ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ଭିତରେ ମୁଖ୍ୟତଃ ତ୍ରୀମୁଖି ଲଢେଇ ହେବ ବୋଲି କୁହାଯାଉଛି।

ସମସ୍ୟା: କନ୍ଧମାଳ ଲୋକସଭା ଆସନଟି ୧୯୯୮ରୁ ଶାସକ ଦଳ ବିଜେଡ଼ି ଦାଖଲରେ ରହିଥିଲେ ମଧ୍ୟ ଏହି ସଂସଦୀୟ କ୍ଷେତ୍ରଟି ପଛୁଆ ହୋଇ ଆଜି ବି ରହିଛି।  ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ କ୍ଷେତ୍ରରେ ଏହି କ୍ଷେତ୍ରରେ ଆଖିଦୃଷ୍ଟିଆ କାର୍ଯ୍ୟ ହୋଇନି । ଏପରିକି ଏଠାକୁ ଆଜି ପର୍ଯ୍ୟନ୍ତ ରେଳ ସଂଯୋଗ ମଧ୍ୟ ହୋଇପାରି ନାହିଁ। ଏହି ଜିଲ୍ଲା ଅନୁସୂଚିତ ଜିଲ୍ଲାର ମାନ୍ୟତା ପାଇଥିଲେ ବି ପେସା ଆଇନ ଏ ପର୍ଯ୍ୟନ୍ତ ଲାଗୁ ହୋଇପାରିନି । ବହୁ ପର୍ଯ୍ୟଟନ ସ୍ଥଳୀ ରହିଥିଲେ ମଧ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରି ନାହିଁ। ଦୀର୍ଘ ବର୍ଷ ଧରି କନ୍ଧମାଳବାସୀ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରୁଥିଲେ ମଧ୍ୟ ତାହା ପୂରଣ ହୋଇପାରିନି ।

ରାଜନୈତିକ ସ୍ଥତି

ସମସ୍ୟା ବହୂଳ ଏହି ସଂସଦୀୟ କ୍ଷେତ୍ରରେ ସବୁବେଳେ ସାଂସଦ ପ୍ରାର୍ଥୀ ଭାବେ ନୂଆଁ ନୂଆଁ ମୁହଁ ଦେଖିବାକୁ ମିଳେ । ସେହିପରି ଏଥର ମଧ୍ୟ ଶାସକ ଦଳ ବିଜେଡ଼ି ଏହି ଲୋକସଭା ଆସନରେ ନୂଆଁ ମୁହଁ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ଚଳିତ ଥର ତାଙ୍କୁ କନ୍ଧମାଳବାସୀ ଏବଂ ଦଳୀୟ କର୍ମକର୍ତ୍ତା  ସହଜରେ ଗ୍ରହଣ କରିପାରୁନାହାନ୍ତି । କାହିଁକି ନା ଏହି ସଂସଦୀୟ କ୍ଷେତ୍ରର ବଡ଼ ଅଂଶ କନ୍ଧମାଳ ଜିଲ୍ଲାର କୌଣସି ଲୋକଙ୍କୁ ଦଳ ୨୦୦୯ ମସିହାରୁ ଆଉ ପ୍ରାର୍ଥୀ କରୁନାହିଁ ।

ତେଣୁ ଦଳରେ ଏବଂ ଜିଲ୍ଲାରେ ବାହାର ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ବଢୁଛି । ଏଣେ ଅଚ୍ୟୁତ ପ୍ରାର୍ଥୀ ହେବା ପରଠାରୁ ଘନଘନ କନ୍ଧମାଳ ଗସ୍ତରେ ଆସି ଲୋକଙ୍କୁ ଭେଟୁଛନ୍ତି। ଏପରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ଅଚ୍ୟୁତ କଳେ ବଳେ କୌଶଳେ ନିର୍ବାଚନ ଜିତିବାକୁ ଚଳାଇଛନ୍ତି ପ୍ରଚେଷ୍ଟା। ସାମ୍ବାଦିକ, ବୁଦ୍ଧିଜୀବୀ ତଥା ବିଭିନ୍ନ ଗୋଷ୍ଠୀଙ୍କୁ ନେଇ ଚାଲୁଛି ଆଲୋଚନା। ବିଭିନ୍ନ ସମୟରେ ଗୁପ୍ତ ବୈଠକରେ ଯୋଗଦେଇ ରଣନୀତି ପ୍ରସ୍ତୁତ କରୁଛନ୍ତି ଅଚ୍ୟୁତ। ଜିଲ୍ଲାର ଦଳୀୟ ନେତା କର୍ମୀ, ବୁଦ୍ଧିଜୀବି, ସ୍ଵେଚ୍ଛାସେବୀ, ସାମ୍ବାଦିକ ଓ ମହିଳା ନେତ୍ରୀଙ୍କୁ ବାରମ୍ବର ଭେଟି ଆଲୋଚନା ଚଳାଇଥିଲେ ବି କନ୍ଧମାଳବାସୀଙ୍କ ବିଶ୍ଵାସକୁ ଜିତି ପାରୁ ନାହାନ୍ତି ବୋଲି ଚର୍ଚ୍ଚା ।

ଏହି ଲୋକସଭା ଆସନରେ ବିଜେପି ଖାରବେଳ ସ୍ଵାଇଁଙ୍କୁ ପ୍ରାର୍ଥୀ କରିଛି ଏବଂ କଂଗ୍ରେସ କନ୍ଧମାଳର ପୁଅ ମନୋଜ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି । ଚଳିତ ନିର୍ବାଚନରେ ଅଚ୍ୟୁତ ଅଡୁଆରେ ପଡିପାରନ୍ତି ବୋଲି ଆଶା କରାଯାଉଛି। କାରଣ ଖାରବେଳଙ୍କୁ ଜଣେ ସ୍ୱଚ୍ଛ ନେତା ଭାବେ ଜିଲ୍ଲାବାସୀ ଗ୍ରହଣ କରୁଥିବା ବେଳେ ଏଇ ମାଟିର ପୁଅ ହେଉଛନ୍ତି ମନୋଜ। ଏ ଦୁହେଁ ଏଥର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆଶା।

ବିଜେପି ନରେନ୍ଦ୍ର ମୋଦୀଙ୍କ ବିକାଶର ମଡେଲ ଏବଂ କନ୍ଧମାଳ ଜିଲ୍ଲାର ମୌଳିକ ସମସ୍ୟାକୁ ନିର୍ବାଚନୀ ମୁଦ୍ଦା କରି ଜୋରଦାର ପ୍ରଚାର ଆରମ୍ଭ କରିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ ମଧ୍ୟ ସ୍ଥାନୀୟ ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରି ପ୍ରଚାରକୁ ଜୋରଦାର କରିଛନ୍ତି ।



from Odisha Reporter https://ift.tt/2FMQw62

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages