ମହାରାଷ୍ଟ୍ରରେ ମୋବାଇଲ୍ କିଣାରେ ଘୋଟାଲା, ମନ୍ତ୍ରୀ ଚୁପ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ମହାରାଷ୍ଟ୍ରରେ ମୋବାଇଲ୍ କିଣାରେ ଘୋଟାଲା, ମନ୍ତ୍ରୀ ଚୁପ !

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ମୋବାଇଲ୍ କିଣାରେ ଘୋଟାଲା ହୋଇଛି। ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅଙ୍ଗନବାଡି କର୍ମୀଙ୍କୁ ଯେଉଁ ମୋବାଇଲ ଦିଆଯାଇଛି ସେଥିରେ ୧୦୬ କୋଟି ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀ ଦଳର ନେତା। ଏଭଳି ଅଭିଯୋଗ ଆଣିଥିବା ଏନସିପି ନେତା ଧନଞ୍ଜୟ ମୁଣ୍ଡେ ହେଉଛନ୍ତି ମହିଳା ଶିଶୁ ବିକାଶ ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ ସମ୍ପର୍କୀୟ ଭାଇ।

ସରକାର ରାଜ୍ୟରେ ଥିବା ସମସ୍ତ ଅଙ୍ଗନବାଡି କର୍ମୀ, ସେବିକା, ପାଚିକା ମାନଙ୍କୁ ସ୍ମାର୍ଟ ଫୋନ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବିଧାନସଭାରେ ଏକ ବିଲ ପାରିତ ହେବା ସହ ଆଇନ ଆସିଥିଲା। ରିୟଲ ଟାଇମ ମନିଟରିଂ ସ୍କିମର ଅଂଶବିଶେଷ ଭାବେ ଏହି ମୋବାଇଲ କିଣା ହୋଇଥିବା ଜଣାପଡିଛି। ଫେବୃଆରୀ ୨୮, ୨୦୧୯ରେ ମହାରାଷ୍ଟ୍ର ସରକାର ଏହ ବିଲକୁ ପାରିତ କରିଥିଲେ। ଏହି ଯୋଜନାରେ ମୋବାଇଲ ସହିତ ସିମ୍ ଓ ଡାଟା କାର୍ଡ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ପାନାସୋନିକ ଏଲୁଗା-୧୭ ମୋବାଇଲ ଦିଆଯାଇଛି। ଯେଉଁ ମୋବାଇଲ ହ୍ୟାଣ୍ଡସେଟ ଦିଆଯାଇଛି ତାର ବଜାର ଦର ସର୍ବାଧିକ ୬,୪୯୯ ଟଙ୍କା ରହିଛି। ହେଲେ ସରକାରଙ୍କ ବିଲ ଅନୁସାରେ ଫୋନ ପିଛା ୮ ହଜାର ୭୭୭ ଟଙ୍କା ଦରରେ ଏସବୁ ମୋବାଇଲ କିଣା ହୋଇଛି। ମୋଟ ୧ ଲକ୍ଷ ୨ହଜାର ମୋବାଇଲ୍ କିଣା ହୋଇଥିବା ବେଳେ ଏସବୁକୁ ୩୦ଟି ଜିଲ୍ଲାରେ ଥିବା ୮୫ ହଜାର ୪୫୨ ଅଙ୍ଗନବାଡି କେନ୍ଦ୍ରକୁ ଦିଆଯାଇଛି। ସବୁଠୁ ବଡ଼କଥା ହେଉଛି, ୪ ମାସ ହେଲା ପାନାସୋନିକ କମ୍ପାନୀର ଏହି ମୋବାଇଲର ଉତ୍ପାଦନ ବନ୍ଦ ହୋଇଯାଇଛି। ଯାହାକୁ ପ୍ରସଙ୍ଗ କରିଛନ୍ତି ଏନସିପି ନେତା ଧନଞ୍ଜୟ ମୁଣ୍ଡେ।

ମନ୍ତ୍ରୀ ପଙ୍କଜା ମୁଣ୍ଡେ ଏବାବଦରେ କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ବିଜେପି ନେତା ମାନେ ଏବାବଦରେ କିଛି ଜାଣିନଥିବା କହିଛନ୍ତି।



from Odisha Reporter https://ift.tt/2HkpHst

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages