
ଲୁଧିଆନା: ଲୁଧିଆନାର ଏକ ଘରୋଇ ଡାକ୍ତରଖାନାରେ ଜଣେ ୧୧୮ ବର୍ଷୀୟ ମହିଳାଙ୍କ ଅସ୍ତ୍ରୋପଚାର କରାଯାଇ ପେସମେକର ଲଗାଯାଇଛି । ପେସମେକର ଲଗାଇବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ବିରଳ ଅସ୍ତ୍ରୋପଚାର ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି। ଏହା ପୂର୍ବରୁ ୧୦୭ ବର୍ଷର ଜଣେ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର ପରେ ପେସମେକର ଦିଆଯାଇଥିବା ରେକର୍ଡ ରହିଛି।
୧୧୮ ବର୍ଷୀୟ ଏହି ମହିଳା ଜଣକ ହେଉଛନ୍ତି ଫିରୋଜପୁରର କରତାର କୌର। ସେ ଜଣେ ସରକାରୀ କର୍ମଚାରୀ ଥିଲେ ଏବଂ ୫୮ ବର୍ଷରେ ଅବସର ନେଇଥିଲେ। ତାଙ୍କର ଜଣେ ସାନ ଭାଇ ମଧ୍ୟ ଅଛନ୍ତି ଯିଏ କି ତାଙ୍କଠାରୁ ମାତ୍ର ୨ ବର୍ଷ ସାନ ଏବଂ ତାଙ୍କୁ ଏବେ ୧୧୬ ବର୍ଷ।
କରତାରଙ୍କ ଅସ୍ତ୍ରୋପଚାର କରିଥିବା ହୃଦରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ୨୪ ଫେବୃୟାରୀ ରାତି ପ୍ରାୟ ୯ଟାରେ ସେ ଡାକ୍ତରଖାନାରେ ପହଞ୍ଚିଥିଲେ। ସେତେବେଳେ ତାଙ୍କର ହାର୍ଟ ବିଟ୍ ପ୍ରତି ମିନିଟରେ ୨୦-୨୨ ଥିଲା। ସେତେବେଳେ ସେ ଚେତାଶୂନ୍ୟ ଥିଲେ। ହାର୍ଟ ବିଟ୍ ବଢାଇବା ପାଇଁ ପ୍ରଥମେ ଏକ ପେସମେକର ଲଗା ଯାଇଥିଲା। ପରେ ଫବୃୟାରୀ ୨୮ରେ ସ୍ଥାୟୀ ପେସମେକର ଲଗା ଯାଇଥିଲା।
ବୟସାଧିକ୍ୟ ଯୋଗୁ ଏହି ଅସ୍ତ୍ରୋପଚାର କଷ୍ଟସାଧ୍ୟ ଥିଲେ ମଧ୍ୟ ଆମ ରିସ୍କ ନେଇ କରିଥିଲୁ ଏବଂ ଏଥିରେ ସଫଳ ହୋଇଛୁ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ପରିବାର ଲୋକଙ୍କ ସହ କଥାବର୍ତ୍ତା ମଧ୍ୟ ହେଉଛନ୍ତି ।
from Odisha Reporter https://ift.tt/2Cau9GJ
No comments:
Post a Comment