
କଟକ (ଦେବାଶିଷ ମହାନ୍ତି): ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ଓ ଓଏମ୍ଆର୍ ଶୀଟ୍ ଗାଏବ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଚଳିତ ବର୍ଷର ମ୍ୟାଟ୍ରିକ୍ ପରୀକ୍ଷା ଗତକାଲି ସରିଛି। ଏବେ ଖାତା ମୂଲ୍ୟାୟନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସବୁ ପ୍ରକାରର ବନ୍ଦୋବସ୍ତ ଆରମ୍ଭ କରିଛି।
ଆସନ୍ତା ୨୫ ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏପ୍ରିଲ୍ ୫ ତାରିଖରେ ଖାତା ଦେଖା ସାରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି।
ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ମୋଟ୍ ୬୦ଟି କେନ୍ଦ୍ର ଖୋଲାଯାଇଛି। ଏଥିରୁ ୫୦ଟିରେ ମ୍ୟାଟ୍ରିକ୍ ପରୀକ୍ଷା ଓ ୧୦ଟିରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ।
ଏଥର ଖାତା ମୂଲ୍ୟାୟନରେ କୌଣସି ତ୍ରୁଟି ରହିବ ନାହିଁ ବୋଲି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଆଶା ପ୍ରକଟ କରିଛନ୍ତି।
from Odisha Reporter https://ift.tt/2EZrSA4
No comments:
Post a Comment