
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ତଥାକଥିତ ‘ପୁଞ୍ଜିବାଦ’ ବା କ୍ୟାପିଟାଲିଜମ ଭୟଙ୍କର ବିପଦ ମଧ୍ୟରେ ରହିଛି। କେବଳ ଏହାରି ପାଇଁ ହିଁ ଆଜି ଦେଶର ରାଜନୀତିକ ଓ ଅର୍ଥନୈତିକ ବ୍ୟବସ୍ଥା ଲୋକମାନଙ୍କୁ ସମାନ ସୁବିଧା ଓ ସୁଯୋଗରୁ ବଞ୍ଚିତ କରିଛି। ଗରିବକୁ ଆହୁରି ଗରିବ ଏବଂ ଧନୀକୁ ଅତ୍ୟଧିକ ଧନୀ ସଜେଇଥିବା ଏହି ପୁଞ୍ଜିବାଦ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏଭଳି କହିଛନ୍ତି।
୨୦୦୮ ମସିହା ପରଠାରୁ ଏହାର ପରିଣତି ଭୟାବହ ରୂପ ଧାରଣ କରିଛି। ବର୍ତ୍ତମାନ ସିକାଗୋ ୟୁନିଭର୍ସିଟିରେ ପ୍ରଫେସର ଥିବା ଶ୍ରୀ ରାଜନ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ରେଡିଓ-୪କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେବା ଅବସରରେ ଏଭଳି ମତବ୍ୟକ୍ତ କରିଛନ୍ତି।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ଶ୍ରୀ ରାଜନ ପୁଞ୍ଜିବାଦକୁ ଭର୍ତ୍ସନା କରି ଆହୁରି ମଧ୍ୟ କହିଛନ୍ତି, ଏକ ସମୟରେ ସାରା ବିଶ୍ୱକୁ ମାଡ଼ି ବସିଥିବା ଏହି ପୁଞ୍ଜିବାଦ ଭୁଶୁଡ଼ିବାକୁ ବସିଲାଣି। ଏହାର ବିକଳ୍ପ ସମାଧାନ ପାଇଁ ସେ କହିଛନ୍ତି, ସମସ୍ତଙ୍କ ପାଇଁ ସୁବିଧା ସୁଯୋଗକୁ ବୃଦ୍ଧି କରିବାକୁ ପଡ଼ିବ। ସେହିପରି ବର୍ତ୍ତମାନ ଯଦି ଆପଣ ସଫଳ ହେବାକୁ ଚାହୁଁଛନ୍ତି ତେବେ ଉତ୍ତମ ଶିକ୍ଷା ହିଁ ଏହାର ମାଧ୍ୟମ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2THGfkJ
No comments:
Post a Comment