ବିଜେପି ବିରୋଧରେ ଫେରାଦ ହେଲା ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ବିଜେପି ବିରୋଧରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ସିଇଓଙ୍କ ନିକଟରେ ଦଳ ଫେରାଦ ହୋଇଛି। ଅଭିଯୋଗରେ ବିଜେଡି ଦର୍ଶାଇଛି ଯେ, ନିର୍ବାଚନ କମିଶନଙ୍କ ବିନା ଅନୁମତିରେ କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ଭିଡିଓ ପ୍ରଚାର ଗାଡ଼ି ବୁଲୁଛି। ସେହିଭଳି ପିପିଲି, ଧଉଳି ଓ ପିପିଲି ଟୋଲ ଗେଟ୍ ନିକଟରେ ଉଜ୍ଜ୍ୱଳା ଯୋଜନାର ହୋର୍ଡିଂ ବି ଲାଗିଛି।

ବିଜେପିର ଫେକ୍ ଗୁଇନ୍ଦା ରିପୋର୍ଟ ମାମଲାରେ ଦଳ ବାରମ୍ବାର ସିଇଓଙ୍କ ଦ୍ୱାରସ୍ଥ ହୋଇଥିଲେ ବି ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଉନଥିବା ଅଭିଯୋଗ କରିଛି ଦଳ।

ତେବେ ବିଜେଡିକୁ ଜବାବ ଦେଇଛି ବିଜେପି। କହିଛି,“ବିଜେଡି ନିଜେ ଆଚରଣବିଧି ଉଲ୍ଲଂଘନ କରି ଏହାକୁ ଲୁଚାଇବା ପାଇଁ ଅନ୍ୟ ବିରୋଧରେ ଅଭିଯୋଗ ଆଣୁଛି।”



from Odisha Reporter https://ift.tt/2CKDNjV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages