ଆରମ୍ଭ ହେଲା ଆଇପିଏଲ୍‌: ଟସ୍‌ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଆରମ୍ଭ ହେଲା ଆଇପିଏଲ୍‌: ଟସ୍‌ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି

ଚେନ୍ନାଇ: ଆଇପିଏଲ୍‌ର ୧୨ତମ ସଂସ୍କରଣ ଆଜି ବିନା ଉଦ୍‌ଘାଟନୀ ଉତ୍ସବରେ ଆରମ୍ଭ ହୋଇଛି। ପୁଲୱାମା ହମ୍‌ଲାକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଉଦ୍‌ଘାଟନୀ ଉତ୍ସବ କରାଯାଇ ନାହିଁ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍‌ ଜିତି ଘରୋଇ ତଥା ଡିଫେଣ୍ଡି ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି।

ଅର୍ଥାତ ଚେପକ ଷ୍ଟାଡିୟମରେ ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟିଂ କରିବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେପକରେ ଶେଷଥର ପାଇଁ ୨୦୦୮ରେ ଜିତିଥିଲା।

ଏଥର ଦଳ ବିଜୟରୁ ୧୨ତମ ସଂସ୍କରଣ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଘରୋଇ ଦର୍ଶକଙ୍କୁ ଆରମ୍ଭରୁ ବିଜୟ ଭେଟି ଦେବାକୁ ଲକ୍ଷ୍ୟ ରଖିଛି। ଆଇପିଏଲ ନିୟମ ଅନୁଯାୟୀ ଗୋଟିଏ ଟିମ୍‌  ସର୍ବାଧିକ ୪ ଜଣ ବିଦେଶୀ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିପାରିବ। କିନ୍ତୁ ଧୋନିଙ୍କ ସିଏସକେ ମାତ୍ର ୩ ଜଣ ବିଦେଶୀ ଖେଳାଳିଙ୍କୁ ଆଜି ଚୂଡ଼ାନ୍ତ ଏକାଦଶରେ ରଖିଛି।

ଚୂଡ଼ାନ୍ତ ଏକାଦଶ(ଆରସିବି): ବିରାଟ କୋହଲି, ପାର୍ଥିବ ପଟେଲ(ୱି), ମୋଇନ୍‌ ଅଲ୍ଲୀ, ଶିମରନ୍‌ ହେଟମେୟର, ଏବି ଡିଭିଲିୟର୍ସ, ଶିବମ ଦୁବେ, କଲିନ ଡି ଗ୍ରାଣ୍ଡହୋମ, ଉମେଶ ଯାଦବ, ୟୁଜଭେନ୍ଦର ଚହଲ, ମହମ୍ମଦ ସିରାଜ, ନଭଦୀପ ସାଇନି।

ଚୂଡ଼ାନ୍ତ ଏକାଦଶ(ସିଏସ୍‌କେ): ଅମ୍ବାତି ରାୟୁଡୁ, ଶେନ୍‌ ୱାଟସନ୍‌, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି(ୱି), କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଡ୍ୱେନ୍‌ ବ୍ରାଭୋ, ଦୀପକ ଚହର, ଶର୍ଦ୍ଦୁଲ ଠାକୁର, ହରଭଜନ ସିଂହ, ଇମ୍ରାନ ତାହିର।



from Odisha Reporter https://ift.tt/2USW2ue

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages