ସରିଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ସରିଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ ୧୮ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ଭୋଟଗ୍ରହଣ ହେବ। ଏଥିପାଇଁ ଆଜି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି।

ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ। ରାଉରକେଲାରେ ଥିବା ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ଆଶିଷ ଲାଭ କରିବା ପରେ ନାମାଙ୍କନପତ୍ର ଦାଖଲ ପାଇଁ ବାହାରିଥିଲେ ବିଜେପି ପ୍ରାର୍ଥୀ ଜୁଏଲ୍ ଓରାମ। ଏକ ବିରାଟ ରାଲିରେ ସମର୍ଥକଙ୍କ ସହ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଥିଲେ। ସେହିପରି ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ ଓ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ମଧ୍ୟ ନିଜ ନିଜର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଏହାଛଡ଼ା ସୁନ୍ଦରଗଡ଼ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଯୋଗେଶ ସିଂ, କଂଗ୍ରେସ ପ୍ରାର୍ଥୀ ଅମିତା ବିଶ୍ୱାଳ, ବିଜେପିର କୁସୁମ ଟେଟେ, ତଲସରାରୁ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ମାଝୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଜୁଏଲ ଓରାମ କହିଛନ୍ତି-“ଜନତାଙ୍କ ଆର୍ଶୀବାଦକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବି। ଆଉଥରେ ସୁନ୍ଦରଗଡ଼ରୁ ଲୋକସଭା ଯିବି ବୋଲି ଆଶା ରଖିଛି।”

ସୁନୀତା ବିଶ୍ୱାଳ କହିଛନ୍ତି-“ମୁଁ କୌଣସି ବରିଷ୍ଠ ନେତାଙ୍କ ବିରୋଧରେ ଲଢ଼ୁନି। ମୋର ଲଢ଼େଇ ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ ଓ ବିକାଶ ପାଇଁ ହେବ। ଏହାଛଡ଼ା ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତା ନିର୍ମାଣ ପାଇଁ ସଂଘର୍ଷ ରହିବ।”

ଜର୍ଜ ତିର୍କୀ କହିଛନ୍ତି-“ବେକାରୀ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ଦୀର୍ଘ ଦିନରୁ ସଂଘର୍ଷ କରିଆସୁଛି। ଏହି ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରିବି।”

ଶେଷ ଦିନରେ ବଲାଙ୍ଗିର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓ। ସେହିପରି ବିଜେପୁର ପାଇଁ କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ୍ ଓ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥିନୀ ଟୁକୁନି ସାହୁ ଓ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ।

ସେପଟେ ଆସିକା ଲୋକସଭା ଅଧୀନରେ ଥିବା ହିଂଜିଳି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ନାମାଙ୍କନ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କର ଲଢ଼େଇ ହେବ। ସେହିପରି କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। କବିସୂର୍ଯ୍ୟନଗର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଲତିକା ପ୍ରଧାନ ମଧ୍ୟ ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି।



from Odisha Reporter https://ift.tt/2JHQgdT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages