
ୱାଶିଂଟନ୍: ଭାରତର ଆତଙ୍କବାଦୀ ଦମନ ଅଭିଯାନକୁ ବିରୋଧ କରି କାଉଣ୍ଟର ଷ୍ଟ୍ରାଇକ୍ କରିବାକୁ ଉଦ୍ୟମ କରିଥିବା ପାକିସ୍ତାନ ଏବେ ହରଡ଼ଘଣାରେ ପଡ଼ିଛି। ଭାରତ ଉପରେ ସାମାରିକ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନ ଏଫ୍-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବାରୁ ଆମେରିକା ଖପ୍ପା ହୋଇଛି।
ପାକିସ୍ତାନ ଚୁକ୍ତିକୁ ଖିଲାପ କରି ଏଫ୍-୧୬ ଯୁଦ୍ଧ ବିମାନ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବହାର କରିଥିବାରୁ ଆମେରିକା ଇସ୍ଲାମାବାଦକୁ କାରଣଦର୍ଶାଇବାକୁ କହିଛି।
ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନାର ବାଲାକୋଟ୍ଠାରେ ଥିବା ଆତଙ୍କୀ ସଂଗଠନ ଜୈଶର ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାର ବଦଲା ନେବାକୁ ତା’ପର ଦିନ ପାକିସ୍ତାନ ମଧ୍ୟ ଭାରତର ସାମରିକ ଅନୁଷ୍ଠାନ ଉପରେ ଆକ୍ରମଣ କରିବାକୁ ବାୟୁସୀମାକୁ ଉଲ୍ଲଙ୍ଘନ କରିଥିଲା।
ଏହି ସମୟରେ ପାକିସ୍ତାନ ଏଫ-୧୬ ଯୁଦ୍ଧ ବ୍ୟବହାର କରିଥିଲା। ପାକିସ୍ତାନ ଏପରି ଦାବିକୁ ମନା କରୁଥିଲେ ହେଁ ଗୁରୁବାର ଏଫ୍-୧୬ରେ ବ୍ୟବହାର ହେଉଥିବା ଏୟାର ଟୁ ଏୟାର ମିସାଇଲ୍ ଅମ୍ରାମ୍ର କିଛି ଅଂଶ ଭାରତ ପକ୍ଷରୁ ସାର୍ବଜନୀନ କରାଯାଇଥିଲା। ଏହି ଅଂଶଟିକୁ ଜମ୍ମୁ-କଶ୍ମୀରର ରଜୌରୀରୁ ଠାବ କରାଯାଇଥିଲା। ଏହାପରେ ଆମେରିକା ପାକିସ୍ତାନ ଖପ୍ପା ହୋଇଥିଲା।
ଚୁକ୍ତି ଅନୁସାରେ ପାକିସ୍ତାନ ଏଫ୍-୧୬ ବିମାନ କେବଳ ଯୁଦ୍ଧ ସମୟରେ ବ୍ୟବହାର କରିପାରିବ। ଏଭଳି ସୀମା ପାର ଅପରେସନ ବେଳେ ଏଫ୍-୧୬ ଯୁଦ୍ଧ ବିମାନକୁ ବ୍ୟବହାର ନ କରିବାକୁ ଆମେରିକା ବାରମ୍ବାର ତାଗିଦ କରିଥିଲା। ଏଥିସହ ଆତଙ୍କବାଦ ଓ ବିଦ୍ରୋହୀଙ୍କୁ ଧମନ କରିବା ବେଳେ ପାକିସ୍ତାନ ଏହାର ବ୍ୟବହାର କରିବାର ପ୍ରାବଧାନ ରହିଥିଲା। ଏହା ସତ୍ତ୍ୱେ ପାକିସ୍ତାନ ଭାରତ ବିରୋଧରେ ଏଫ୍-୧୬କୁ ବ୍ୟବହାର କରିଥିବାରୁ ଆମେରିକା ଏହାର କାରଣ ଜଣାଇବାକୁ କହିଛି।
from Odisha Reporter https://ift.tt/2C0Qmai
No comments:
Post a Comment