ୱିଲିୟମସନଙ୍କ ଦ୍ୱିଶତକ: ନ୍ୟୁଜିଲ୍ୟାଣ୍ଡର ରେକର୍ଡ ସ୍କୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ୱିଲିୟମସନଙ୍କ ଦ୍ୱିଶତକ: ନ୍ୟୁଜିଲ୍ୟାଣ୍ଡର ରେକର୍ଡ ସ୍କୋର

ହାମିଲଟନ୍: ଅଧିନାୟକ କେନ୍ ୱିଲିୟମସନ (୨୦୦)ଙ୍କ ଅପରାଜିତ ଦ୍ୱିଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିବସରେ ପ୍ରଥମ ଇନିସ୍‌ରେ ରେକର୍ଡ ୬ ୱିକେଟରେ ୭୧୫ ରନ୍‌ରେ ପାଳି ଘୋଷଣା କରି ବାଂଲାଦେଶକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛି । ଏହିପରି ଭାବେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୪୮୧ ରନ୍‌ର ବିଶାଳ ଅଗ୍ରଣୀ ହାସଲ କରିନେଇଛି । ଜବାବରେ ବାଂଲାଦେଶ ଷ୍ଟମ୍ପ ବିରତି ସୁଦ୍ଧା ୪ ୱିକେଟ୍ ହରାଇ ୧୭୪ ରନ୍ କରିଛି ଏବଂ ଭ୍ରମଣକାରୀ ଟିମ୍ ଏବେବି ନ୍ୟୁଜିଲ୍ୟାଣ୍ଡଠାରୁ ୩୦୭ ରନ୍‌ରେ ପଛୁଆ ରହିଛି । ସୌମ୍ୟ ସରକାର ୩୯ ଓ ମହମଦୁଲ୍ଲା ୧୫ ରନ୍ କରି ବ୍ୟାଟିଂ କରୁଥିଲେ ।

ନ୍ୟୁଜିଲ୍ୟାଣ୍ଡ ଆଜି ତା’ର ପୂର୍ବଦିନର ସ୍କୋର ୪୫୧/୪ରୁ ଖେଳ ଆରମ୍ଭ କରିଥିଲା । ଦଳ ଆଜି ୪୫ ଓଭରରେ ୨୬୪ ରନ୍ ଯୋଡ଼ି ଟେଷ୍ଟ କ୍ରିକେଟରେ ତା’ର ସର୍ବଶ୍ରେଷ୍ଠ ସ୍କୋର ଛିଡ଼ା କରିଥିଲା । ୨୦୧୪ରେ ପାକିସ୍ତାନ ବିପକ୍ଷ ୬୯୦ ରନ୍ ନ୍ୟୁଜିଲ୍ୟାଣ୍ଡର ସର୍ବାଧିକ ସ୍କୋର ଥିଲା । ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ୱିଲିୟମସନ୍ ଓ ନିଲ ୱାଗନର (୪୭) ସ୍କୋରକୁ ଆଗକୁ ବଢ଼ାଇବା ସହ ପଞ୍ଚମ ୱିକେଟ୍ ପାଇଁ ୬୦ ରନ୍ ଯୋଡ଼ିଥିଲେ ।

ଶୁକ୍ରବାର ୯୩ ରନ୍‌ରେ ଅପରାଜିତ ଥିବା ୱିଲିୟନସନ ନିଜର ୨୦ତମ ଶତକ ପୂରଣ କରିଥିଲେ । ୱିଲିୟମସନ ୱିକେଟ୍‌କିପର ବିଜେ ୱାଟଲିଙ୍ଗ୍ (୩୧)ଙ୍କ ସହ ଷଷ୍ଠ ୱିକେଟ୍ ପାଇଁ ୯୬ ରନ୍ର ଭାଗୀଦାରୀ କରି ଦଳର ସ୍କୋରକୁ ୬୦୦ ଅତିକ୍ରମ କରାଇଥିଲେ । ଏହା ପରେ ୱିଲିୟମସନ୍ ଓ ଅଲରାଉଣ୍ଡର କଲିନ୍ ଡି’ଗ୍ରାଣ୍ଡହୋମ୍ ରନ୍ ରେଟ୍‌କୁ ବଢ଼ାଇବା ସହ ୧୫.୧ ଓଭରରେ ଅପରାଜିତ ୧୧୦ ରନ୍ ଯୋଡ଼ି ନ୍ୟୁଜିଲ୍ୟାଣ୍ଡକୁ ବିଶାଳ ସ୍କୋରରେ ପହଞ୍ଚାଇଥିଲେ ।

ୱିଲିୟମସନ୍ ନିଜର ଦ୍ୱିତୀୟ ଦ୍ୱିଶତକ ମାରିବା ମାତ୍ରକେ ନ୍ୟୁଜିଲ୍ୟାଣ୍ଡ ପାଳି ଘୋଷଣା କରିଥିଲେ । ସେ ନିଜର ଇନିଂସ୍ ମଧ୍ୟରେ ୨୫୭ ବଲର ସାମ୍ନା କରି ୧୯ ଚୌକା ମାରିଥିଲେ । ଗ୍ରାଣ୍ଡହୋମ୍ ମାତ୍ର ୫୩ ବଲରେ ୪ ଚୌକା ଓ ୫ ଛକା ସହ ୭୬ ରନ୍ କରି ଅପରାଜିତ ଥିଲେ । ବାଂଲାଦେଶ ପକ୍ଷରୁ ମେହେଦି ହାସନ ମିରାଜ ମହଙ୍ଗା ସାବ୍ୟସ୍ତ ହୋଇ ୪୯ ଓଭରରେ ୨୪୬ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ ।

ଦ୍ୱିତୀୟ ଇନିଂସ୍‌ରେ ପୁଣିଥରେ ତମିମ ଇକବାଲ (୭୪) ଆକର୍ଷଣୀୟ ବ୍ୟାଟିଂ କରି ବାଂଲାଦେଶକୁ ଭଲ ଆରମ୍ଭ ଦେଇଥିଲେ । ତମିମ ଓ ଶାଦମାନ୍ ଇସଲାମ (୩୭) ପ୍ରଥମ ୱିକେଟ୍ ପାଇଁ ୮୮ ରନ୍ ଯୋଡ଼ିଥିଲେ । ଦୁହିଁଙ୍କ ଆଉଟ୍ ପରେ ମୋମିନୁଲ୍ ହକ୍ (୮) ଓ ମହମ୍ମଦ ମିଥୁନ୍ (୦) ଦୁଇ ଅଙ୍କ ଛୁଇଁବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ । ତେବେ ସୌମ୍ୟ ସରକାର ଓ ଅଧିନାୟକ ମହମୁଦୁଲ୍ଲାଙ୍କ ଉପରେ ଦଳ ଆଶା ବାନ୍ଧିଛି । ଘରୋଇ ଦଳର ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍ ନେଇଛନ୍ତି ।



from Odisha Reporter https://ift.tt/2NAd0uw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages