
ନୂଆଦିଲ୍ଲୀ: ଗତ ୫ ବର୍ଷରେ ଭାରତୀୟ ସେନା ସୀମା ପାର କରି ପଡ଼ୋଶୀ ଦେଶରେ ପଶି ୩ଥର ସଫଳତାର ସହିତ ଷ୍ଟ୍ରାଇକ୍ କରି ଫେରିଥିବା ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ। ସେ ଏଥିରୁ ୨ଟି ବାବଦରେ କହିବେ ଏବଂ ଅନ୍ୟଟି କହିବେ ନାହିଁ ବୋଲି ସ୍ପଷ୍ଟ କରିଦେଛନ୍ତି।
#WATCH Union Home Minister Rajnath Singh at a public rally in Mangaluru: Pichle 5 varsho mein, teen baar apni seema ke bahar jaa kar hum logon ne air strike kar kaamyaabi haasil ki hai. Do ki jaankari apko dunga, teesri ki nahi dunga. #Karnataka pic.twitter.com/NZKeJPulrS
— ANI (@ANI) March 9, 2019
କର୍ଣ୍ଣାଟକାରେ ଏକ ରାଲିକୁ ସମ୍ବୋଧନ କରି ରାଜନାଥ ୨୦୧୬ ମସିହାର ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ବାଲାକୋଟ୍ ଷ୍ଟ୍ରାଇକ୍ ବାବଦରେ କହିଥିଲେ।
ସୂଚନାଯଗ୍ୟଯେ ଗତ ମାସ ୧୪ ତାରିଖରେ ପୁଲ୍ୱାମାଠାରେ ଜୈଶ-ଇ-ମହମ୍ମଦର ଆତ୍ମଘାତୀ ହମ୍ଲାରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହେବାର କିଛି ଦିନ ପରେ ଭାରତୀୟ ବାୟୁସେନା ବାଲାକୋଟ୍ଠାରେ ଥିବା ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାପୂର୍ବରୁ ୨୦୧୬ ମସିହାରେ ଉରି ଆତଙ୍କୀ ହମ୍ଲାର ବଦ୍ଲା ନେବାକୁ ଯାଇ ଭାରତୀୟ ଯବାନ ଏଲଓସି ଅତିକ୍ରମ କରି ସୀମା ସେପଟେ ଥିବା ଆତଙ୍କୀ ଳଞ୍ଚପ୍ୟାଡ୍ ଧ୍ୱଂସ କରିଥିଲେ।
ଆଜି ରାଜନାଥ ଏହି ପ୍ରସଙ୍ଗ ଉଠାଇବା ପରେ ଉପସ୍ଥିତ ଜନତା ବିଭିନ୍ନ ସ୍ଲୋଗାନ ଦେଇ ସାଧୁବାଦ ଜଣାଇଥିଲେ।
from Odisha Reporter https://ift.tt/2EKGL7V
No comments:
Post a Comment